ବ୍ରହ୍ମପୁର,୩୧/୧୨(ଡି.ଏଚ୍.ବ୍ୟୁରୋ):-କ୍ରିପ୍ଟୋ କରେନ୍ସି ନାଁରେ ବ୍ରହ୍ମପୁରର ଜଣେ ଯୁବକଙ୍କଠାରୁ ସାଇବର ଠକ ପ୍ରାୟ ୧ ଲକ୍ଷ ଟଙ୍କା ଠକି ନେଇଥିବା ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି ।ବ୍ରହ୍ମପୁର ହାତୀବନ୍ଧ ସାହିର ଜଣେ ଯୁବକ ଙ୍କ ନିକଟକୁ ଜଣେ ବ୍ୟକ୍ତି ଫୋନ କରି ‘ୟୁ-କଏନ’ ନାମକ ଏକ ଆପ୍ରେ କ୍ରିପ୍ଟୋ କରେନ୍ସିଂ ଟ୍ରେଡିଂ କରିବାକୁ ପରାମର୍ଶ ଦେଇଥିଲେ । ସେହି ବ୍ୟକ୍ତିଙ୍କ କହିବା ଅନୁସାରେ ଯୁବକ ଜଣକ ଫୋନ ପେ’ ଜରିଆରେ ପ୍ରାୟ ୧ ଲକ୍ଷ ଟଙ୍କା ନିବେଶ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।