ଫସଲ କ୍ଷୟକ୍ଷତି ପରଖିଲେ ଦିଗପହଣ୍ଡି ବିଧାୟକ l

8
ADVERTISEMENT

କୁକୁଡାଖଣ୍ଡି,୨୮/୧୨(ଇ ରଞ୍ଜନ):- ଚଳିତବର୍ଷ ଖରିପ ଋତୁର ପାଚିଲା ଧାନକୁ ବାରମ୍ବାର ଆଘାତ ଦେଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ଜନିତ ବର୍ଷା ଜଳ l ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ବର୍ଷକ ଅମଳ ଧାନ ଗୁଡିକ ବର୍ଷା ପାଣିରେ ସମ୍ପୂର୍ଣ ଭିଜିଯାଇଥିବା ବେଳେ ଭିଜା ଧାନକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଚାଷୀ l ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନ ନଷ୍ଟ ହୋଇଥିବା ଦେଖାଦେଇଛି l

ଶୁକ୍ରବାର ପୂର୍ବାହ୍ନରେ ଦିଗପହଣ୍ଡି ବିଧାୟକ ଡ଼ଃ.ସିଦ୍ଧାନ୍ତ ମହାପାତ୍ର ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର, ବାଲିପଡ଼ା, ଡ଼େଙ୍ଗାପଦର ପଂଚାୟତର ବିଭିନ୍ନ ଚାଷଜମି ପରିଦର୍ଶନ କରିଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ତରଫରୁ କ୍ଷତିପୂର୍ଣ୍ଣ ସହାୟତା ଯୋଗାଇଦେବାକୁ ବିଧାୟକ ଶ୍ରୀ ମହାପାତ୍ର ପ୍ରତିଶୃତି ଦେଇଛନ୍ତି l ବିଧାୟକଙ୍କ ଗ୍ରସ୍ତ ବେଳେ ପୂର୍ବତନ ସମବାୟ ସଭାପତି ସନାତନ ସଂଗ୍ରାମ ସିଂ, ନଳିନୀ ବିଷୟୀ, ମହନ୍ତ ଚିନ୍ମୟନନ୍ଦ ଦାସ, ମଣ୍ଡଳ ସଭାପତି ନନ୍ଦ କିଶୋର, ରଜତପାତ୍ର, ସନ୍ତୋଷ ଚୌଧୁରୀ,ଜିତେନ୍ଦ୍ର ସେଠିଙ୍କ ସମେତ ବହୁ ଚାଷୀ ଓ ସ୍ଥାନୀୟ ଆର.ଆଇ ଓ କୃଷି ବିଭାଗର କର୍ମଚାରି,ବିଧାୟକ ସମର୍ତକ ମାନେ ଉପସ୍ଥିତ ଥିଲେ l

Advertisement