ନୂଆଦିଲ୍ଲୀ,୨୧/୧୨(ଡି.ଏଚ୍.ବ୍ୟୁରୋ):-ରାଜସ୍ଥାନର ଜୟପୁର ଏଲପିଜି ଟ୍ୟାଙ୍କ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪ ବୃଦ୍ଧି । ଏହି ଘଟଣା ୮୦ଜଣ ଆହତ ହୋଇଥିବା ବେଳେ ୩୦ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏବଂ ଏହି ଭୟଙ୍କର ଦୁର୍ଘଟଣାରେ କିଛି ମୃତକଙ୍କ ପରିଚୟ ମିଳିଥିବା ବେଳେ କିଛି ଲୋକଙ୍କ ପରିଚୟ ମିଳିନାହିଁ ।