କଟକ,୧୧/୧୨(ଡି.ଏଚ୍.ବ୍ୟୁରୋ):-କଟକ ଏସସିବି ମେଡିକାଲରେ ଚାକିରି ବିକ୍ରି ମାମଲା ଘଟଣାରେ ମଙ୍ଗଳାବାଗ ପୁଲିସ ଆଉ ଦୁଇ ଅଭିଯୁକ୍ତକୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ଦେବାଶିଷ ଦାସ ଓ ଅକ୍ଷୟ ପ୍ରଧାନ ଏସସିବିରେ ନିୟୋଜିତ ଘରୋଇ ଠିକା ସଂସ୍ଥାର ଦୁଇ କର୍ମଚାରୀ ହୋଇଥିବାବେଳେ ସେମାନେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏବଂ ଏମାନେ ପୂର୍ଵରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ସହଯୋଗୀ ଥିବା ସୂଚନା ।