ଆସିକା,୦୮/୧୨(ଡି.ଏଚ୍.ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଆସିକାର ଜୟପୁର,ପଢ଼ାଳ, ତରାପଲ୍ଲୀ ଓ କେନ୍ଦୁପଦର ଆଦି ଅଞ୍ଚଳରେ ବାରହାଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ରାତିରେ ବାରହା ପଲ ମକା ଓ ଆଖୁ ଚାଷ ଜମିରେ ପଶି ହେକ୍ଟର ହେକ୍ଟର ମକା ଫସଲ ନଷ୍ଟ କରୁଛନ୍ତି । ଯାହାଫଳରେ ଦିନ ତମାମ କ୍ଷେତରେ ପରିଶ୍ରମ କରୁଥିବା ଚାଷୀ ପୁଣି ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ରାତି ଉଜାଗର ରହୁଛନ୍ତି।