ଭୁବନେଶ୍ଵର,୦୮/୧୨(ଡି.ଏଚ୍.ବ୍ୟୁରୋ):-ଉତ୍ତର ପ୍ରଦେଶର ପ୍ରୟାଗରାଜରେ ହେବାକୁଥିବା ମହାକୁମ୍ଭ ମେଳାରେ ଯୋଗ ଦେବା ଲାଗି ଉତ୍ତର ପ୍ରଦେଶ ସରକାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଛନ୍ତି। ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଅନୀଲ ରାଜଭର ଏବଂ ଖାଦ୍ୟ ଓ ଯୋଗାଣ ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଶର୍ମା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ କରିଛନ୍ତି।