ବ୍ରହ୍ମପୁର,୦୨/୧୨(ଡ଼ି.ଏଚ୍.ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମରେ କାଞ୍ଜି ଅଅଁଳା ଯାତ୍ରା ପାଇଁ ରାମାୟଣ ନାଟକ ମଞ୍ଚସ୍ଥ ବେଳେ ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା କଳାକାରମାନଙ୍କ ଅମାନବୀୟ କାର୍ଯ୍ୟକଳାପକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାକ୍ଷସ ଭୂମିକାରେ ଅଭିନୟ କରିଥିବା କିଛି କଳାକାର ଖୋଲାମଞ୍ଚରେ ଏକ ଘୁଷୁରିକୁ ଓଲଟା ଝୁଲାଇ ତାକୁ ମାରଣାସ୍ତ୍ରରେ କାଟିବା ପରେ ଏହାର ମାଂସକୁ କଞ୍ଚା ଖାଇବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ଯାହାଫଳରେ ବନ ବିଭାଗ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ମାନଙ୍କୁ ଧରିବା ଲାଗି ଉଦ୍ୟମ ଚଳାଇଛି।