ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଗତ କାଣ୍ଟ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ।

14
ADVERTISEMENT

ଉତ୍ତରପ୍ରଦେଶ,୩୦/୧୧(ଡ଼ି.ଏଚ୍.ବ୍ୟୁରୋ):-ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଗତ କାଣ୍ଟ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ଷ୍ଟେସନର ପାର୍କିଂ ସ୍ଥଳରେ ନିଆଁ ଲାଗି ୨୦୦ରୁ ଅଧିକ ଦୁଇ ଚକିଆ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ସମସ୍ତ ଗାଡ଼ିଗୁଡ଼ିକ ଯାତ୍ରୀ ଏବଂ କର୍ମଚାରୀଙ୍କ ବୋଲି ସୂଚନା । ତେବେ କେହି ଦୁର୍ବୃତ୍ତ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ସନ୍ଦେହ ହେଉଥିବାବେଳେ ଜିଆରପି ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ।

Advertisement