ନୂଆଦିଲ୍ଲୀ,୨୮/୧୧(ଡ଼ି.ଏଚ୍.ବ୍ୟୁରୋ):-ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ‘ଫେଙ୍ଗଲ’ରେ ପରିଣତ ହେବାର ସମ୍ଭାବନା ରହିଛି। ଯାହାଫଳରେ ତାମିଲନାଡୁ ଓ ପୁଡୁଚେରୀର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଥିବାବେଳେ ନାଗାପଟ୍ଟିନମ୍, ମାଇଲାଦୁଥୁରାଇ ଓ ତିରୁଭାରୁର ଆଦି ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।