ବ୍ରହ୍ମପୁର,୨୮/୧୧(ଡ଼ି.ଏଚ୍.ବ୍ୟୁରୋ):- ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ସେ ଜଣେ ଅଙ୍ଗନବାଡ଼ି ପାଚିକାଙ୍କ ଦରମା ବିଲ୍ କରାଇ ଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏବଂ ଭିଜିଲାନ୍ସ ଟିମ୍ ତାଙ୍କ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ବାସଭବନରେ ଚଢାଉ ଜାରି କରିଛି।