ନୂଆଦିଲ୍ଲୀ,୨୭/୧୧(ଡ଼ି.ଏଚ୍.ବ୍ୟୁରୋ):-ଉତ୍ତରପ୍ରଦେଶର କନୌଜ ଜିଲ୍ଲା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଟ୍ରକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତି । ଉକ୍ତ କାରଟି ଦ୍ରୁତ ଗତିରେ ଆସି ଡିଭାଇଡର କୁ ପିଟି ହୋଇ ଟ୍ରକ ସହି ଧକ୍କା ଖାଇଥିଲା । ଏବଂ ମୃତକଙ୍କ ମଧ୍ୟରେ ୫ ଜଣ ସୈଫଇ ମେଡିକାଲ କଲେଜର ଡାକ୍ତର ଥିବା ବେଳେ ସେମାନେ କାର ଯୋଗେ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଲକ୍ଷ୍ନୌ ଯାଇଥିଲେ।