କଟକ,୨୫/୧୧,(ଡ଼ି.ଏଚ୍.ବ୍ୟୁରୋ):-ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଆଣି ଯୌନ ନିର୍ଯାତନା ଦେବା ସହ ଦେହ ବ୍ୟବସାୟରେ ନିୟୋଜିତ କରାଇବା ଘଟଣାରେ ମଧୁପାଟଣା ପୁଲିସ ଦଲାଲ ସ୍ବାମୀ ଓ ସ୍ତ୍ରୀ କୁ ଗିରଫ କରିଛି। ସେମାନେ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ରହୁଥିବା ରାଜସ୍ଥାନର ଭିରା ଗୁଜ୍ଜର ଚୌଧୁରୀ ଓ ଜାସମିନ୍ ।