ଉତ୍ତରପ୍ରଦେଶ,୨୫/୧୧,(ଡ଼ି.ଏଚ୍.ବ୍ୟୁରୋ):-ଉତ୍ତର ପ୍ରଦେଶର ସମ୍ଭଲ ସହରରେ ଥିବା ଜାମା ମସଜିଦର ସର୍ଭେ କାର୍ଯ୍ୟକୁ ନେଇ ପୁଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ହିଂସା । ଏଥିରେ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବାବେଳେ ଜନତାଙ୍କ ଆକ୍ରମଣରେ ୩୦ ଜଣ ପୁଲିସ କର୍ମୀଙ୍କ ସମେତ ୫୦ ଜଣ ଆହତ ହୋଇଛନ୍ତି। ଏବଂ ଏହି ଘଟଣାରେ ତିନିଜଣ ମହିଳାଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଯାଇଛି ।