ଭୁବନେଶ୍ୱର,୦୭/୨(ଡି.ଏଚ ବ୍ୟୁରୋ):-ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଓ ହୋହାଲ୍ଲା ଦେଖିବାକୁ ମିଳିଛି । ଆଜି ଅଧିବେଶନ ଆରମ୍ଭ ହେବା ମାତ୍ରେ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେପି ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ କରିଥିବାବେଳେ ପରୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ବିଜେଡି ବିଧାୟକ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲିପାରିନଥିଲା ।ସେପଟେ ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ ନାଉରି ନାଏକ l