ବନ୍ଥପଲ୍ଲୀ,ଅନନନ୍ତାଇ ୨ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ର ବିକାଶ ସଚେତନତା ବାର୍ତ୍ତା

34
ADVERTISEMENT

କୁକୁଡ଼ାଖଣ୍ଡି,୦୭/୨(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଓ ଅନନନ୍ତାଇ ୨ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ବାର୍ତ୍ତା ଗ୍ରାମାଞ୍ଚଳ ରେ ସଚେତନତା ପ୍ରଚାର l ପଞ୍ଚାୟତ ସ୍ତରୀୟଏହି ସରକାରୀ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ ଏବଂ ଅନନ୍ତାଇ ସରପଞ୍ଚ ପୂର୍ଣ୍ଣବାସି ବିଶ୍ୱାଳ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉର୍ନ୍ନତି ଗାଁର ପ୍ରଗତି ର କାର୍ଯ୍ୟ ସମ୍ପର୍କ ରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା l ଏଥିରେ ସରକାରଙ୍କ ସୁବିଧା ବିଭାଗ ଜରିଆରେ କିପରି ଲୋକଙ୍କୁ ସୁବିଧା ସୁଯୋଗ ପାଇବା ରେ ସଫଳ ଅର୍ଜନ କରିବେ ତାହା ଉପରେ ବିଭାଗୀୟ ଅଧିକାରୀ ମାନେ ଜନସାଧାରଣ ଙ୍କ ଠାରେ ମତଉପସ୍ଥାପନା କରିଥିଲେ l ଏଥିରେ ଅତିଥି ରୂପେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିପ୍ଳବ ପାତ୍ର, କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଅଧକ୍ଷା ବିଷ୍ଣୁପ୍ରିୟା ପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

ଏଥିରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏଥିରେ ଅନ୍ୟତମ ଅତିଥି ରୂପେ,୯ନଂ ଜିଲ୍ଲାପରିଷଦ ମମତା ଦାସ,ସରପଞ୍ଚ ପ୍ରତିନିଧି ଟୁନା ନାୟକ, କାମେଶ୍ୱର ବିଶ୍ୱାଳ,ସମିତିସଭ୍ୟ ସମିତି ସଭ୍ୟ ସୁନିତା ଦାସ, ନିରୁପମା ପାତ୍ର ସହକାରୀ ଯନ୍ତ୍ରୀ ଅନୁରାଗ ରଥ,ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ, କୃଷି ଅଧିକାରୀ ପ୍ରସନ୍ହ କୁମାର ସ୍ୱାଇଁ, ବନ୍ଥପଲ୍ଲୀ ଓ ଅନନ୍ତାଇ ପଂଚାୟତର ପିଇଓ ସୁଚିତ୍ରା ବେହେରା, ପ୍ରଶାନ୍ତ ବେହେରା,ଜିଆରଏସ୍ ନାଗେଶ୍ୱର ଆଚାରୀ, ଆରତୀ ପଟ୍ଟନାୟକ, ଯୋଗାଣ ସହାୟକ ଅଟଳ ବିହାରୀ ପ୍ରଧାନ, ବୈକୁଣ୍ଠ ନାଥ ପାତ୍ର,ସମେତ ସ୍ୱାସ୍ଥ୍ୟକର୍ମୀ, ଏମବିକେ, ସିଆରପି, ଅଙ୍ଗନବାଡ଼ି ସୁପ୍ରଭାଇଜର, ଅଙ୍ଗନବାଡି କର୍ମୀ,ଆଶା, ଆୟୁଷ ଡାକ୍ତର ଭାନିଶ୍ରୀ ଶଙ୍କା ଏବଂ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅତିଥିମାନଙ୍କ ଦ୍ବାରା ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି ପଞ୍ଚାୟତର ବିକାଶ ମୂଳକ ପୁସ୍ତକର ଉନ୍ମୋଚନ ହୋଇଥିଲା। ଏଥିରେ ବିଦ୍ୟାଳୟ ଓ ଅଙ୍ଗନବାଡି କୁନି ପିଲା ଙ୍କ ଦ୍ୱାରା ସୁନ୍ଦର ନାଟ୍ୟ କଳା ପ୍ରଦର୍ଶନ କରାଯାଇଛି l ଏଥିରେ ବୁଡୁ ବିଷୟୀ, ସଂଗ୍ରାମ ସ୍ୱାଇଁ, ବାବୁଜି ଗୌଡ଼, ବନ୍ଥପଲ୍ଲୀ ନୟାବ ସରପଞ୍ଚ କୃଷ୍ଣ ସାହୁ ଙ୍କ ସମେତ କିଶ୍ବର ପ୍ରମୁଖ ଅଧିକାରୀ ସାହାଯ୍ୟ ସହଯୋଗ କରିଥିଲେ l

Advertisement