କୁକୁଡାଖଣ୍ଡି ,୦୧/୨(ଇ ରଞ୍ଜନ):-କୁକୁଡାଖଣ୍ଡି ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ଗୁରୁଣ୍ଠି ଓ ହୁଗୁଳାପଟ୍ଟା ପଂଚାୟତ ରେ ସଚେତନତା ବାର୍ତ୍ତା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳ ଲୋକାଭିମୁଖୀ ଯୋଜନା ସମ୍ପର୍କିତ ବିକାଶ ର ଝଲକ l ପ୍ରସାର ପ୍ରଚାର କ୍ଷିପ୍ରଗତି ରେ ପ୍ରଶାସନ ପକ୍ଷରୁ ଚାଲିଛି l ଗୁରୁଣ୍ଠି ସରପଞ୍ଚ ବି ମାଗତା ପାତ୍ର ଏବଂ ହୁଗୁଳାପଟ୍ଟା ସରପଞ୍ଚ ବାପେୟା ପାତ୍ର ଙ୍କ ନେତୃତ୍ୱ ରେ ୨ ପଂଚାୟତର ସଚେତନତା କାର୍ଯ୍ୟକ୍ରମ ମଞ୍ଚରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ବିକ୍ରମ ପଣ୍ଡା ଯୋଗଦେଇ ପ୍ରଥମେ ପ୍ରଦୀପ ଜ୍ୱଳନ ସହ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l ନୂତନକାର୍ଯ୍ୟ ହୋଇଥିବା ବିକାଶର ଫୋଟୋ ପୁସ୍ତକ କୁ ଉନ୍ମୋଚନ କରିଥିବା ସହ ନବୀନ ସରକାରଙ୍କ ୨୩ ବର୍ଷ ଶାସନ ର ବିକାଶ କାର୍ଯ୍ୟ କୁ ଖୁବ ପ୍ରଶଂସା କରି ନବୀନ ଅମଳର ବିକାଶର ପ୍ରଗତି କୁ ଗୁଣଗାନ କରିଥିଲେ l ପଂଚାୟତସ୍ତରୀୟ ନୂତନ କାର୍ଯ୍ୟର ବିକାଶକୁ ଯୋଗଦେଇ ସାମଗ୍ରିକ ବିକାଶ କିପରି ଲୋକଙ୍କ ଠାରେ ପହଂଚିବ ତାହା ଉପରେ ଆଲୋଚନା କରି ଫେରିଥିଲେ ବିଧାୟକ ଶ୍ରୀ ପଣ୍ଡା ଏଥିରେ ସଂମାନ୍ୱିତ ଅତିଥି ଭାବେ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରାସାଦ ପାତ୍ର ଯୋଗଦେଇ ଉଚ୍ଚ ସ୍ୱରରେ ଜୟ ଜଗନ୍ନାଥ ନାରା ଦେଇ ପ୍ରତି ପଂଚାୟତରେ ଲୋକଙ୍କୁ କିପରି ସରକାରୀ ସାହାଯ୍ୟ ସହଯୋଗ କିପରି ଲାଭପ୍ରଦ ହେବେ ବକ୍ତବ୍ୟ ରଖିବା ସହ ପଂଚାୟତର ସର୍ବାଙ୍ଗୀନ ଉର୍ନ୍ନତିକାମନା କରି ଲୋକଙ୍କ ମନବଳ କୁ ସୁଦୃଢ କରିଥିଲେ l
ଏହାର ଲକ୍ଷ ଶ୍ରୀ ଜଗନ୍ନାଥ ସଂକୃତିର ସଂରକ୍ଷଣ,ଧାର୍ମିକସ୍ଥଳ ର ରୂପାନ୍ତକରଣ,ମହିଳା ସଶକ୍ତିକରଣ,ଗ୍ରାମାଞ୍ଚଳ ବ୍ୟଙ୍କିଙ୍ଗ ଭିତିଭୂମିର ବିକାଶ,ପ୍ରାଥମିକ ବିଦ୍ୟାଳୟର ରୂପାନ୍ତକରଣ,କ୍ରୀଡା ଭିତ୍ତିଭୂମିର ବିକାଶ,ଐତିହ୍ୟ ବିକାଶ ସମେତ ସୁଗମ ପରିବହନ ବ୍ୟବସ୍ଥା ନବୀନ ଓଡିଶାରେ ମୁଖ୍ୟଉଦେଶ୍ୟ ରହିଛି l ଏହି ସଚେତନତା ଶିବିର ରେ ମହିଳା ଏସଏଚଜି ଗ୍ରୁପର ବିକାଶ, ଶିଶୁ କଲ୍ୟାଣ,ମଦ୍ୟପ ବାପ ର ନାବାଳିକା କନ୍ୟାଦାନ ବା ବାଲ୍ୟ ବିବାହ ରୋକିବା ଆଶା ମାନଙ୍କ ନାଟକ ମାଧ୍ୟମରେ ଗୁରୁଣ୍ଠି ମଞ୍ଚରେ ସଚେତନତା ସୃଷ୍ଟି କରିଥିଲେ l ଅଙ୍ଗନବାଡି କେନ୍ଦ୍ର ରେ ଶିଶୁ, ଗର୍ବବତୀ ମହିଳା ମାନଙ୍କୁ ପୋଷଣ ପୁଷ୍ଟିକର ଖାଦ୍ୟ ଉପରେ ସଚେତନତା ଦିଆଯାଇଛି l ଏଥିରେ ସହକାରୀ ଯନ୍ତ୍ରୀ ଅନୁରାଗ ରଥ,ସମାଜ ସୁରକ୍ଷା ଅଧିକାରୀ ମନୋଜ ପ୍ରଧାନ,ଗୁରୁଣ୍ଠି ଓ ହୁଗୁଳାପଟ୍ଟା ପଂଚାୟତ ଅଧିକାରୀ ଦିଲ୍ଲୀପ କୁମାର ଓଡ଼ିଆ,ବିଧିପ୍ତ କୁମାର ତହଲ, ଗୁରୁଣ୍ଠି, ହୁଗୁଳାପଟ୍ଟା ସମିତିସଭ୍ୟା କେ.ରାଜଲକ୍ଷ୍ମୀ ଦାସ,ବବିତାରାଣୀ ବରାଡ଼,ରଙ୍ଗେଈଲୁଣ୍ଡା ବ୍ଲକର ଅଧକ୍ଷା ଉଷାରାଣି ପାତ୍ର, ଜିଲ୍ଲାପରିଷଦ ଉପାଅଧକ୍ଷା ରାଜେଶ୍ୱରୀ ଦୋରା, ୧0ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଭାରତୀ ନାୟକ,ପ୍ରମୁଖ ଅତିଥି,ଓ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଉପସ୍ଥିତ ରେ ସାମାଜିକ ଭତ୍ତା ଓ ମିଶନ ଶକ୍ତି ଏସଏଚଜି ମହିଳା ମାନଙ୍କୁ ଋଣ ଯୋଗାଇଦିଆଯାଇଛି l କୁକୁଡାଖଣ୍ଡି କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ଗ୍ରାମର ୱାର୍ଡ ମେମ୍ବର, ଅଙ୍ଗନବାଡି, ଆଶା କର୍ମୀ ଓ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ l