କୁକୁଡାଖଣ୍ଡି,୨୯/୧(ଇ ରଞ୍ଜନ):-କୁକୁଡାଖଣ୍ଡି ସ୍ଥାନୀୟ ଆଙ୍କୁଶପୁର ତକ୍ଷଶିଳା ଆବାସିକ ବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏଥିରେ ଆମନ୍ତ୍ରିତ ମୁଖ୍ୟଅତିଥି ରୂପେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ଏବଂ ସମ୍ମାନୀୟ ଅତିଥି ରୂପେ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷ ପ୍ରସାଦ ପାତ୍ର, ଲେଫ୍ଟନାଣ୍ଟ କର୍ଡଲ ଦ୍ଵିତୀୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଗୌରବ ସିଂ ସମାଜସେବୀ ଓ ମହାସଂଘର ଅଧ୍ୟକ୍ଷ ସୁଶାନ୍ତ ସାବତ, ସ୍ଥାନୀୟ ଜିଲ୍ଲା ପରିଷଦ ଭାରତୀ ନାୟକ ଅଙ୍କୁଶପୁର ସରପଞ୍ଚ ମୁରଲୀ ସେଠୀ ସରପଞ୍ଚ)ସମିତିସଭ୍ୟା ପ୍ରତିନିଧି ସୁରେଶ ସେଠି, ଉକ୍ତ ଉତ୍ସବରେ ସଦୟ ଯୋଗଦାନ କରିଥିଲେ ।
ତକ୍ଷଶିଳା ଆବାସିକା ବିଦ୍ୟାଳୟର ପରିଚାଳନା କମିଟିର ଚେୟାରମେନ ଶ୍ରୀ ବଜରଙ୍ଗଲାଲ ଚୌଧୁରୀ, ସେକ୍ରେଟେରୀ ଶ୍ରୀ ପବନ କୁମାର ଚୌଧୁରୀ, ଡ଼ାଇରେକ୍ଟର ଶ୍ରୀ ରବିଶଙ୍କର ଚୌଧୁରୀ । ଅନୁଷ୍ଠାନର ପ୍ରଧାନଶିକ୍ଷକ ଶ୍ରୀ ନାଗେଶ୍ବର ରାଓ, ସିନିୟର ସେକେଣ୍ଡେରୀ ସ୍କୁଲର ଭାରପ୍ରାପ୍ତ ଶିକ୍ଷକ ଶ୍ରୀ ବିନୋଦ କୁମାର ପାଢୀ ବିଦ୍ୟାଳୟର ଉନ୍ନତମାନର ଶୈକ୍ଷିକ ବିକାଶଧାରାକୁ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ I ସହକାରୀ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ପାତ୍ର ତଥା ଏହି ଶିକ୍ଷାନୁଷ୍ଠାନର ସକଳ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା, ଛାତ୍ରଛାତ୍ରୀ ତଥା ଆମନ୍ତ୍ରିତ ଅଭିଭାବକମାନଙ୍କ ଶୁଭ ଉପସ୍ଥିତି ଉକ୍ତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲା ।
ଉତ୍ସବ ପ୍ରାରମ୍ଭରେ ଶ୍ରୀ ବଜରଙ୍ଗଲାଲ ଚୌଧୁରୀ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ଆମନ୍ତ୍ରିତ ଅତିଥିମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ ଜଣାଇ ମଞ୍ଚ ନିକଟରେ ପାଛୋଟି ନେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନାଗେଶ୍ବର ରାଓ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ସଭାରେ ଆମନ୍ତ୍ରିତ ଅତିଥିଗଣ ନୂତନ ଶିକ୍ଷାନୀତି, ଛାତ୍ରମାନଙ୍କ ଆଦର୍ଶ, କର୍ତ୍ତବ୍ୟବୋଧ, ନୈତିକତା, ଆନୁଷ୍ଠାନିକ ଶୃଙ୍ଖଳା ରକ୍ଷା ଓ ସମୟର ସୁଉପଯୋଗ ପାଇଁ ପରାମର୍ଶ ଦେଇଥିଲେ । ପରେପରେ ମୁଖ୍ୟଅତିଥି ଶ୍ରେଣୀରେ ପ୍ରଥମ ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ପରିଶେଷରେ ବଜରଙ୍ଗ ଲାଲ ଚୌଧୁରୀ ଆମନ୍ତ୍ରିତ ଅତିଥିମାନଙ୍କୁ ଉପଢୌକନ କରିଥିଲେ ସର୍ବେ।ପରି ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷ ସମସ୍ତ କର୍ମଚାରୀ ତଥା ଶିକ୍ଷକମାନଙ୍କ ସହଯୋଗ ଓ ସୁପରିଚାଳନାରେ ଉତ୍ସବଟି ସାଫଲ୍ୟମଣ୍ଡିତ ହୋଇଥିଲା । ପରିଶେଷରେ ଶ୍ରୀମତି କଳ୍ପନା ପାତ୍ର ସଭିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଯାହାକି ବିଦ୍ୟାଳୟ ପରିସରକୁ ଉତ୍ସବ ମୁଖର କରିଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ମିଶ୍ର, ପି, ନାଭିୟା ଉପସ୍ଥାପିକା ରୂପେ ମଞ୍ଚକୁ ପରିଚାଳନା କରିଥିଲେ |