ଶିହଳା ଓ କଙ୍କିଆ, ବାଲିପଡା ପଂଚାୟତ ସ୍ତରୀୟ ବିକାଶ ସଚେତନତା ଶିବିର ଅନୁଷ୍ଠିତ l

41
ADVERTISEMENT

କୁକୁଡାଖଣ୍ଡି,୨୮/୧(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଶିହଳା ଓ କଙ୍କିଆ ପଂଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିକାଶ ମୂଳକ କାର୍ଯ୍ୟ ର ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି l ଗ୍ରାମାଞ୍ଚଳ ଭିତ୍ତିଭୂମିର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଜନହିତକର କାର୍ଯ୍ୟପନ୍ଥା ଆଗେଇ ନେବା ସରକାରଙ୍କ ପ୍ରୟାସ ଜାରିରହିଛି l ଏଥିରେ ଜଗନ୍ନାଥ ସଂକୃତିର ସଂରକ୍ଷଣ,ଧାର୍ମିକସ୍ଥଳ ର ରୂପାନ୍ତକରଣ,ମହିଳା ସଶକ୍ତିକରଣ,ଗ୍ରାମାଞ୍ଚଳ ବ୍ୟଙ୍କିଙ୍ଗ ଭିତିଭୂମିର ବିକାଶ,ପ୍ରାଥମିକ ବିଦ୍ୟାଳୟର ରୂପାନ୍ତକରଣ,କ୍ରୀଡା ଭିତ୍ତିଭୂମିର ବିକାଶ,ଐତିହ୍ୟ ବିକାଶ ସମେତ ସୁଗମ ପରିବହନ ବ୍ୟବସ୍ଥା ନବୀନ ଓଡିଶାରେ ଜଡିତ ରହିଛି l ଏହି ସଚେତନତା ଶିବିର ରେ ଗ୍ରାମାଞ୍ଚଳର ପାନୀୟ ଜଳ, ଶିଶୁ ସ୍ୱମନ୍ୱିତ ବିକାଶ, ମସ୍ଚ୍ୟ,ସ୍ୱାସ୍ଥ୍ୟ ବିକାଶ ବିଜୁ ସ୍ୱାସ୍ଥ୍ୟ ନବୀନ ବୀମା ରେ ଜଡିତ ସମ୍ପର୍କ ରେ ଆଦି ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ପ୍ରତି ଗ୍ରାମାଞ୍ଚଳ ଲୋକଙ୍କ ସର୍ବାଙ୍ଗୀନ ଉର୍ନ୍ନତି କରିବା ଲକ୍ଷ୍ୟ ନେଇ ସଚେତନତା କାର୍ଯ୍ୟକ୍ରମ କୁ କୁକୁଡାଖଣ୍ଡି ବ୍ଲକ ପକ୍ଷରୁ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଇଛି l ଶିହଳା ପଂଚାୟତ ସରପଞ୍ଚ ଗୌରୀ ଗୌଡ଼ ଏବଂ ସମିତିସଭ୍ୟା ବିଷ୍ନୁପ୍ରିୟା ପାତ୍ର ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କଙ୍କିଆ ସରପଞ୍ଚ ଚନ୍ଦ୍ରଶେଖର ନାୟକ ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ସମ୍ପାଦନ ହୋଇଯାଇଛି l

ସେହିପରି ବାଲିପଡ଼ା ପଂଚାୟତ ସରପଞ୍ଚ ଝିଲି ସେଠି ଏବଂ ପ୍ରତିନିଧି ଜିତେନ୍ଦ୍ର ସେଠି ନେତୃତ୍ୱ ରେ କାର୍ଯ୍ୟକ୍ରମ ସୁପରିଚାଳନା ହୋଇଥିଲା l ପଂଚାୟତର ରୂପାନ୍ତକରଣ ହେଉଥିବା ବିକାଶର ବାର୍ତ୍ତା ସବିଶେଷ ବିବରଣୀ ତତ ସହ ସମ୍ମନ୍ନିତ ଶିଶୁ ବିକାଶ ରେ ଶିଶୁ ଓ ଗର୍ବବତୀ ମହିଳା କିଶୋରୀ ମାନଙ୍କୁ ସରକାରୀ ସ୍ତର ରେ ମିଳୁଥିବା ସୁବିଧା ଓ ବାଲ୍ୟ ବିବାହ ରୋକିବା ,ମିଶନ ଶକ୍ତି ଜରିଆରେ ରେ ମହିଳା ସୟଂଚାଳିତ ଗ୍ରୁପ ମାନଙ୍କୁ ସଶକ୍ତ ନିମନ୍ତେ ସ୍ୱଳ୍ପ ସୁଦ୍ଧରେ ଋଣ ସମେତ ସ୍ୱାସ୍ଥ୍ୟ ବିଭାଗ, ଚାଷୀଙ୍କ ନିମନ୍ତେ କୃଷି ବିଭାଗ, ବତ୍ତା ନିମନ୍ତେ ସାମାଜିକ ସୁରକ୍ଷା, ରାସନ ନିମନ୍ତେ ଖାଉଟି ଓ ଖାଦ୍ୟ ଯୋଗାଣ ଏଥିତ ବ୍ୟତୀତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଭିନ୍ନ ବିଭାଗ ରେ ମିଳୁଥିବା ଯୋଜନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରାସାଦ ପାତ୍ର,ସଂମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ବିଡ଼ିଓ ପୋଲ୍ଲବୀ ସ୍ୱାଇଁ,ସହକାରୀ ଯନ୍ତ୍ରୀ ଅନୁରାଗ ରଥ,ସମାଜ ସୁରକ୍ଷା ଅଧିକାରୀ ମନୋଜ ପ୍ରଧାନ, ଯୋଗାଣ ଅଧିକାରୀ ଧିରେନ କୁମାର ସାହୁ,ଓଏଲଏମ ଅଧିକାରୀ ଦୟାନିଧି ବେହେରା, ମିଶନ ଶକ୍ତି ବିଭାଗ ଅଧିକାରୀ ନୀଳାଞ୍ଚଳ ସାହୁ,କନିଷ୍ଟ ଯନ୍ତ୍ରୀ ଜଗନ୍ନାଥ ପ୍ରଧାନ ,କଙ୍କିଆ ପଂଚାୟତ ଅଧିକାରୀ ସୁଭାଷିନୀ ପାଳ,ବାଲିପଡା ପଂଚାୟତ ଅଧିକାରୀ ମହେଶ୍ୱର ବେହେରା,ସମିତିସଭ୍ୟ ପ୍ରତିମା ମଲ୍ଲିକ ଯୋଗାଣ ସହାୟକ ସୁମିତ୍ରା ନାହାକ,ଜିଆରଏସ ଏନ.ଶିବାନନ୍ଦ,ଏମାନଙ୍କ ସହଯୋଗ ରେ ମିଶନ ଶକ୍ତି ବିଭାଗ ମହିଳା ମାନଙ୍କୁ ଋଣ ଏବଂ ସାମାଜିକ ସୁରକ୍ଷା ଭତ୍ତା ପ୍ରଧାନ କରାଯାଇଛି l ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ସମସ୍ତ ସରପଞ୍ଚ ଓ ଅନ୍ୟତମ ଅତିଥି,ଓ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ସମେତ କୁକୁଡାଖଣ୍ଡି କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ଗ୍ରାମର ୱାର୍ଡ ମେମ୍ବର, ଅଙ୍ଗନବାଡି, ଆଶା କର୍ମୀ ଓ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ l

Advertisement