T. ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଓ ପଟିଗୁଡା ଗ୍ରାମ ପଞ୍ଚାୟତରେ “ବିକଶିତ ଭାରତ ରଥ” l

53
ADVERTISEMENT

ବ୍ରହ୍ମପୁର,୧୩/୧(ସପନ ଦାସ):- T.ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଓ ପଟୀଗୁଡା ଗ୍ରାମ ପଞ୍ଚାୟତରେ ବିକଶିତ ରଥକୁ ଭବ୍ୟ ସମର୍ଦ୍ଧନା ଦିଆ ଯାଇ ଥିଲା |ପରେ ଏହି ବିକଶିତ ରଥ କାର୍ଯ୍ୟକ୍ରମକୁ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ଶ୍ରୀ ବିଜୟ କୁମାର ସ୍ୱାଇଁ ଉଭୟ ପଞ୍ଚାୟତ ରେ ଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ |କେନ୍ଦ୍ର ସରକାର ଙ୍କ ବିଭିର୍ନ ଯୋଜନା ର ସଫଳତା ଓ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଦୃଢ ନିଷ୍ଠା ଓ ନେତୃତ୍ୱ ଦ୍ୱାରା ଭାରତ ର ବିକାଶ ହେବା ସହିତ ଦେଶର ମାନ, ସନମାନ ଓ ସ୍ୱାଭିମାନ ବଢିବା ସହିତ ସାମାଜିକ ସୁରକ୍ଷା ଓ ଆର୍ଥିକ ପ୍ରଗତି ବଢିଥିବା କଥା ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଥିଲେ |

ଉଭୟ କାର୍ଯ୍ୟକ୍ରମ ରେ T. ଗୋବିନ୍ଦପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ କବିତା ଗମାଙ୍ଗ , ପୂର୍ବତନ ସରପଞ୍ଚ -ମଙ୍ଗଳା ଗମାଙ୍ଗ , ସମିତିସଭ୍ୟ -ସଂଜୀବ ଶରଧାର ନାଏବ ସରପଞ୍ଚ- ସାହେବ ଗମାଙ୍ଗ p. O – ରାମ ପ୍ରସାଦ ପୃଷ୍ଟି, g. R. S- ଦାମୋଦର ଦୋରା, ଅଙ୍ଗନାୱାଡି ସୁପେରଭାଇଜର -ମମତା ପଣ୍ଡା ଓ ପଟିଗୁଡା ପଞ୍ଚାୟତ ର ସରପଞ୍ଚ -ସିମାଞ୍ଚଳ ଗୌଡ଼ ,ନାଏବ ସରପଞ୍ଚ ଶ୍ରୀମତୀ ସୁନିତା ଗୌଡ଼, ଯୋଗାଣ ନିରୀକ୍ଷକ -ବାପୁନି ସେଠି, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ -ଶ୍ରୀମତୀ ଯମୁନା ନାୟକ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗଦାଧର ସ୍ୱାଇଁ, ଜିଲ୍ଲା ଯୁଭାମୋର୍ଚା ଉପ ସଭାପତି M. ଚିନ୍ମୟ ରେଡି , ଉଭୟ ପଞ୍ଚାୟତ ର ୱାର୍ଡ ସଭ୍ୟ/ସଭ୍ୟା, ସରକାରୀ କର୍ମଚାରୀ ବିଭିର୍ନ ବିଭାଗର କାର୍ଯ୍ୟକର୍ତା ଓ ପଞ୍ଚାୟତ ର ବହୁ ପଞ୍ଚାୟତ ବାସି ଉପସ୍ଥିତ ଥିଲେ | ଉଭୟ ସଭାରେ ଶ୍ରୀ ସ୍ୱାଇଁ ସ୍ୱଚ୍ଛତା ପାଇଁ ଶପଥ ପାଠ କରାଇଥିଲେ |ପରେ ଉଭୟ ପଂଚାୟତ ର ସାଂସୃତିକ ଉତ୍ସବ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ସହ ଉପହାର ଦିଆ ଯାଇଥିଲା |

Advertisement