କୁକୁଡାଖଣ୍ଡି,୧୨/୧(ଇ ରଞ୍ଜନ):-କୁକୁଡାଖଣ୍ଡି ମିନିଷ୍ଟାଡିଅମ ଠାରେ କୃଷକ ମାନଙ୍କ ସହ ନିକଟତର ହେଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ଗଞ୍ଜାମ ଗସ୍ତରେ ଆସି ପ୍ରଥମେ ମା ତାରାତାରିଣୀଙ୍କ ଦର୍ଶନ କରିଥିଲେ l ମା’ଙ୍କ ପୂଜା ସାରି ରାଜ୍ୟର ଶୁଭ ମନାସିଥିଲେ l ଅପରାହ୍ନରେ କୁକୁଡାଖଣ୍ଡି ବ୍ଲକ କୁକୁଡାଖଣ୍ଡି ଗ୍ରାମ ମିନି ଷ୍ଟାଡିଅମ ଠାରେ ପହଞ୍ଚିଥିଲେ ରାଜ୍ୟପାଳ ଶ୍ରୀ ରଘୁବର ଦାସ ପ୍ରଥମେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ଭେଟି ପଚାରି ବୁଝିବା ସହ ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନାର ସାମିଲ ହୋଇ ଫସଲ କ୍ଷତି ବୀମାରେ ଲାଭ ଉଠାଇବାକୁ ଚାଷୀଙ୍କୁ କହିଥିଲେ l ଏବଂ ସରକାରଙ୍କ ତରଫରୁ ଋଣ ସ୍ୱଳ୍ପ ସୁଧରେ କିପରି ପାଇପାରିବେ ତାହା ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ଚାଷୀମାନଙ୍କ ସହ ବାର୍ତ୍ତାଳପ କରିଥିଲେ । କ୍ଷତିରେ ରାସାୟନିକ ସାର ପ୍ରଚୁର ପ୍ରୟଗ ନକରି ତାହା ପ୍ରାକୃତିକ ପଦ୍ଧତିରେ ଚାଷ କିପରି କରିବା ସହ ରୋଗ ମୁକ୍ତ ହେବା ତାହା ଉପରେ ଆଲୋଚନା କରିଥିଲେ l ଏବଂ ଚାଷୀମାନଙ୍କୁ ପ୍ରଧାନ ମନ୍ତ୍ରୀ ଲାଲ କିଲ୍ଲା ଠାରୁ ୧୫ ହଜାର ମହିଳା ମାନଙ୍କୁ ନେଇ ଡ୍ରନ ସହାୟତା ରେ କିପରି ଚାଷୀ ନିଜ ଚାଷ ଜମି ରେ ସାର ସିଞ୍ଚନ କରିପାରିବେ ତାହା ଉପରେ ପ୍ରଶିକ୍ଷଣ ଦେଇଥିଲେ ଏଭଳି ପ୍ରଶିକ୍ଷଣ ଆପଣଙ୍କ ଠାରେ ମଧ୍ୟ ମଧ୍ୟ ଉପଲବ୍ଧ ହେବ ତାହା ଆପଣ ମଧ୍ୟ ପ୍ରଶିକ୍ଷଣ ନେଇପାରିବେ ବୋଲି ଚାଷୀ ଙ୍କୁ ଅବଗତ କରିଥିଲେ l ପ୍ରୋଟକୋଲକୁ ନ ଦେଖି ରାଜ୍ୟପାଳ ଶ୍ରୀଯୁକ୍ତ ଦାସ ଚାଷୀମାନଙ୍କ ପାଖକୁ ଯାଇ ବିଭିନ୍ନ ଆଲୋଚନା କରିଥିଲେ l
ଚାଷୀମାନେ ରାଜ୍ୟପାଳଙ୍କୁ ସଫଳତାର କାହାଣୀ କହିଥିବା ବେଳେ ପ୍ରଧାନ ମନ୍ତ୍ରୀ ଙ୍କ ଅର୍ଣ୍ଣ ଯୋଜନାରେ କେତେ ହିତାଧିକାରୀ ରାସନ କାର୍ଡ ସାହାଯ୍ୟରେ ଚାଉଳ ପାଉଛନ୍ତି ତାହା ଉପରେ ଖାଉଟି ମାନଙ୍କ ସହ ଆଲୋଚନା କରିଥିଲେ l ଆଉକେତକ ମସ୍ଚ୍ୟ ଚାଷୀ ମଧ୍ୟ ସରକାରଙ୍କ ସହାୟତାରୁ ବଞ୍ଚିତ ଥିବାରୁ ପରିବାର ବର୍ଗ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ବାଧ୍ୟ ହେଉଥିବା କହିଥିଲେ l କିଛି ଚାଷୀମାନେ ସରକାରୀ ଯୋଜନାରେ ସୁବିଧା ମିଳୁନଥିବାର ଜଣାଇଥିଲେ ଏପରି ବିଭିନ୍ନ ସମସ୍ୟା ଜଣାଇଥିବାରୁ ଚାଷୀମାନେ l ମହାମହିମ ଶ୍ରୀ ଦାସ ସିଧା ସଳଖ କିସାନ ମାନଙ୍କ ସହ ଆଲୋଚନା ବେଳେ କୌଣସି ଚାଷୀ କୌଣସି ସମସ୍ୟା ଦେଖା ଦେଲେ ସିଧା ସଳଖ ରାଜ ଭବନ କୁ ଆପଣ ମାନେ ପତ୍ର ଲେଖି ଜଣାଇବା ପାଇଁ ଅବଗତ କଲେ ତାହା ସମାଧାନ ଉପରେ ପଦକ୍ଷେପ ନେବେ ବୋଲି କହିଥିଲେ । ଏହିପରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ l ଗ୍ରସ୍ତ ବେଳେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ଶ୍ରବଣ କୁମାର ବିବେକ,ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ସାହୁ, କୃଷ ଚନ୍ଦ୍ର ନାୟକ, ଆତ୍ମା ପ୍ରକଳ୍ପ ଅଧିକାରୀ ଅଜିତ ମହାପାତ୍ର,ବ୍ଲକ ଅଧ୍ୟକ୍ଷ କାମାକ୍ଷାପ୍ରସାଦ ପାତ୍ର, ବିଡ଼ିଓ ପଲ୍ହବି ସ୍ୱାଇଁ, ତହସିଲଦାର ସପନ କୁମାର ସାହୁ,ସଦର ଥାନା ଅଧିକାରୀ ଅନିତା ସାହୁ,ଉଦ୍ୟଗ ଚାଷୀ ସରପଞ୍ଚ ବୈଶିଷ୍ଟ୍ୟ ଜେନା, କେ. ମଣିବାବୁ, ବ୍ଲକ କୃଷି ଅଧିକାରୀ ପ୍ରସନ୍ହ କୁମାର ସ୍ୱାଇଁ, ସୀତାରାମ ସାହୁ, ସାଂସଦ ପ୍ରତିନିଧି ନିରଞ୍ଜନ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ର ବହୁ କୃଷି ଜନିତ ବିଭାଗର ବରିଷ୍ଠ ପଦାଅଧିକାରୀ ମାନେ ଏବଂ ପଞ୍ଚାୟତର ଚାଷୀ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକମାନେ ଉପସ୍ଥିତ ଥିଲେ l