କୁକୁଡାଖଣ୍ଡି,୦୭/୧(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବନ୍ତପଲ୍ଲୀ ନିକଟସ୍ଥ ଆର.ସି କେନାଲ ଠାରୁ ଭାୟା ମାଧବପୁର ବେଲପୋଡା,ବୁରଗାଁ ଏହି ୩ ଟି ଗ୍ରାମ ମହୁଡା ପଂଚାୟତ ଆଦିବାସୀ ଅଞ୍ଚଳ ଲୋକଙ୍କ ଗମନାଗମନ ନିମନ୍ତେ ଦୀର୍ଘ ୩ କିମି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ସାମିଲ କରାଯାଇ ମଜବୁତ ରାସ୍ତା ପ୍ରସ୍ତୁତି କରିବା କୁ ଗ୍ରାମ୍ୟ ନିର୍ମାଣ ବିଭାଗ ୨ କୁ ଦାୟିତ୍ୱ ସରକାର ଦେଇଥିବା ବେଳେ ପକ୍କା ରାସ୍ତାରେ ପରିଣତ କରିବା ବଦଳ ରେ ନିମ୍ନ ମାନ ରେ ରାସ୍ତା କାର୍ଯ୍ୟ ସମ୍ପାଦନ କରି ନିଶ୍ୱାସ ନେଇ ଚେଇଁ ବସିରହିଛନ୍ତି l ଏଥି ସକାଶେ ସରକାରଙ୍କ ପକ୍ଷରୁ ୧୬୮.୩0 ଲକ୍ଷ ଟଙ୍କା ରେ ରାସ୍ତା ଉର୍ନ୍ନତି ନିମନ୍ତେ ସରକାର ଦେଇଥିବା ବେଳେ ଏହାର ୫ ବର୍ଷ ନିମନ୍ତେ ରକ୍ଷଣାବେକ୍ଷଣ ନିମନ୍ତେ ବିଭାଗ ୫0.୮୭ ଲକ୍ଷ ମହଜୁଦ ଭାବେ ସମ୍ବାଳୀ ରଖିଛନ୍ତି କତୃପକ୍ଷ l କେନାଲ ନିକଟରେ ଫଳକ ରେ ରାସ୍ତାଟି ନାମିତ କରାଯାଇଛି ଯେ ରାସ୍ତା ର ଦୂରତା ୩ କିମି ରହିଥିବା ବେଳେ ସେଥି ମଧ୍ୟରେ ପିଚୁ ରାସ୍ତା ନିମନ୍ତେ ୨.୬୭କିମି ଏବଂ କଂକ୍ରିଟ ରାସ୍ତା 0.୩୩0 କିମି ପର୍ଯ୍ୟନ୍ତ ନିର୍ମାଣ ନିମନ୍ତେ ନିୟମ ରହିଛି l
କିନ୍ତୁ ଆରସି କେନାଲ ଠାରୁ ରାସ୍ତା କିଛି ଦୂର ପର୍ଯ୍ୟନ୍ତ ପଡିନଥିବା ବେଳେ କିଛି ରାସ୍ତା ବ୍ୟବଧାନ ରେ ପିଚୁ ରାସ୍ତା ବିଳମ୍ୱ ରେ ପଡିଥିଲେ ମଧ୍ୟ ତାହା ନିମ୍ନମାନ ରାସ୍ତା ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି ସେମାନଙ୍କ ଅଭିଯୋଗ ଅନୁଯାଇ ପିଚୁ ରାସ୍ତା ଟି ନିର୍ମାଣ ହେବାର ମାସେ ନବିତୁଣୁ ପିଚୁ ରାସ୍ତା ରେ ଘାସ ଉଠିବା ସହ ରାସ୍ତା ରେ ବିଭାଗ ସ୍ୱଚ୍ଛତା ଆଣିବା ନେଇ ଯେଉଁ ଫଳକ ଲଗାଯାଇଛି ସେହି ଅନୁପାତ ରେ କାର୍ଯ୍ୟ ହୋଇନାହିଁ ବୋଲି ଅଭିଯୋଗ ହୋଇଛି l ରୋଡ଼ ରେ ମେଟାଲ, ମୋରମ ଆଦି ପଡିବା ର ନିୟମ ଥିଲେ ମଧ୍ୟ କଂଟ୍ରାକଟର ଏବଂ ଗ୍ରାମ୍ୟ ନିର୍ମାଣ ବିଭାଗ ମଧ୍ୟରେ ମଧୁଚନ୍ଦ୍ରିକା ରେ ଥୁପଲଗାଇ ରାସ୍ତା କାମ ନିମ୍ନମାନ କରିଥିବା ଅଭିଯୋଗ l ଏହି ରାସ୍ତା ଟି ଆଦିବାସୀ ପ୍ରବଣ ରାସ୍ତା ରହିଥିବା ରୁ ବିଭାଗ ଯନ୍ତ୍ରୀ ଓ କଂଟ୍ରାକଟର ମଧ୍ୟରେ ଭୁଜାମଣା ରେ କାର୍ଯ୍ୟ ସମ୍ପାଦନ କରାଯାଇଛି ସରକାରଙ୍କ ନିୟମ ଅନୁଯାଇ କାର୍ଯ୍ୟ କଂକ୍ରିଟ ରାସ୍ତା ରହିଛି କିନ୍ତୁ କଂକ୍ରିଟ ରାସ୍ତା ପଡିନାହିଁ ଏନେଇ ବିଭାଗ ର କନିଷ୍ଟ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିବା ରୁ ଏହି ରାସ୍ତା ଦେଖି ପରବର୍ତୀ ସମୟ କହିବା କୁ ସମୟ ଧାର୍ଯ୍ୟ କରିବାକୁ କହିଛନ୍ତି l