ବ୍ରହ୍ମପୁର,୬/୧(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଧରାକୋଟ ଢଉଗାଁ ନିକଟରେ ଦୁଇ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା l ଭୁବନେଶ୍ୱରରୁ କାଲିମେଳା ଅଭିମୁଖେ ଯାଉଥିବା ‘ଦିଲଖୁସ’ନାମକ ବସ ‘ହ୍ୱାଇଟ ହର୍ସ’ ନାମକ ବସ ସହ ମୁହାଁମୁହିଁ ଧକ୍କା ଦେବା ଫଳରେ ଦିଲଖୁସ’ ବସ ଡ୍ରାଇଭରଙ୍କ ମୃତ୍ୟୁ । ଏଥିସହ ୧୦ରୁ ଅଧିକ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମୃତ ଡ୍ରାଇଭର ଜଣକ କାଳିଆ ଗୌଡ଼ ବୋଲି ସୂଚନା । ଏବଂ ସ୍ଥାନୀୟ ପୁଲିସର ତଦନ୍ତ ଜାରି ।