ଗଞ୍ଜାମ ଜିଲ୍ଲା ଆଦିବାସୀ ଉନ୍ନୟନ ସଂଗଠନ ର ପ୍ରତିଷ୍ଠା ଦିବସ l

40
ADVERTISEMENT

କୁକୁଡାଖଣ୍ଡି,୩୧/୧୨(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଂଚାୟତରେ ଗଞ୍ଜାମ ଜିଲ୍ଲା ଆଦିବାସୀ ଉନ୍ନୟନ ସଂଗଠନର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ହରପ୍ରିୟା ଆଶ୍ରମର ମୁଖ୍ୟ ଯୋଗୀ ଦେବଦତ୍ତ ମହାରାଜ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ସନ୍ନମାନିତ ଅତିଥି ଭାବେ ରାଷ୍ଟଦୀପ ପତ୍ରିକାର ରାଜ୍ୟ ସମ୍ପାଦକ ଡ. ଜାଳେନ୍ଦ୍ର ତ୍ରିପାଠୀ, ଆଇନଯିବି ପିତାମ୍ବର ସାହୁ, ସୁରେନ୍ଦ୍ର କାହଁର, ସରପଞ୍ଚ ଶେଖର ନାୟକ, ତ୍ରିନାଥ ମଲିକ ମଂଚାସୀନ ଥିଲେ l ବିଭିନ୍ନ ସ୍ଥାନରେ ଆଦିବାସୀ ମାନେ ଶୋଷଣ ର ଶିକାର ହେଉଛନ୍ତି ଏବଂ ସେମାନଙ୍କୁ ଆଗକୁ ଯିବାକୁ ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକ ମଧ୍ୟ ରହିଛି lସନାତନ ଧର୍ମ କୁ ରକ୍ଷା କରିବାକୁ ଯାଇ ନିଜ ଜୀବନ ଚାଲିଗଲେ ମଧ୍ୟ ଦୁଃଖ ନଥିବା ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ lସେମାନଙ୍କ ପାଇଁ ରାସ୍ତା,ଘାଟ, ଆଲୋକ, ଶିକ୍ଷା ବ୍ୟବସ୍ଥା ମଧ ସୁବିଧା କରାଯାଉ ବୋଲି ସରକାରଙ୍କୁ ନିବେଦନ କରିଥିଲେ l
ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ପାଞ୍ଚ ହଜାର ଆଦିବାସୀ ଲୋକ ଓ ସଂଗଠନର କର୍ମକର୍ତା ମାନେ ଉପସ୍ଥିତ ଥିଲେ l ଏଥିରେ ଆଦିବାସୀ ସଙ୍ଘପକ୍ଷରୁ ଆମନ୍ତ୍ରିତ ମୁଖ୍ୟଅତିଥି ଭାବେ ଦେବଦତ୍ତ ମହାରାଜ,ନିଜ ବକ୍ତବ୍ୟରେ ବହୁ ପ୍ରାଚୀନ ଯୁଗ ରେ ବନବାସୀଙ୍କ ସହ ଭଗବାନ ଙ୍କ ବନ ଜଙ୍ଗଲ ମଧ୍ୟରେ କିପରି ବନ୍ଧୁତ୍ୱ ବଡ଼ିଥିଲା ଏବଂ ବନବାସୀଙ୍କ ବନ ମଧ୍ୟରେ ନିର୍ଭିକ ଓ ଆତ୍ମନିର୍ଭରଶିଳ ସରଳ ଜୀବନଜାପାନ ଆଜିକାର ସମାଜକୁ ଆକୃଷ୍ଟ କରିଛି ଏବଂ ଏହି ପେରିପେକ୍ଷୀରେ ଗଞ୍ଚ ଜଙ୍ଗଲ କିପରି ନଷ୍ଟ ନହୋଇ ବାୟୁମଣ୍ଡଳକୁ ସହାୟକ ହେବା ତାହା ଉପରେ ଆଲୋକପାତ କରିଥିଲେ ଏବଂ ଆଦିବାସୀ ମାନଙ୍କୁ ସନମ୍ମାନିତ କରି ପୁରୀ ପ୍ରସାଦ ବଣ୍ଟନ କରି ଆଦିବାସୀଙ୍କୁ ଉତ୍ସାହିତ କରିଥିଲେ l

Advertisement