କୁକୁଡାଖଣ୍ଡି,୨୫/୧୨(ଇ ରଞ୍ଜନ):-କୁକୁଡାଖଣ୍ଡି ନିକଟସ୍ଥ ବଉଳଝୋଳି ଗ୍ରାମରେ ଅନୁସୂଚିତ ସମ୍ପ୍ରଦାୟ ତଥା ବାଉରୀ କଦାଳ ସମାଜ ମହୁରୀ ତାଲୁକା ମଣ୍ଡଳ କାର୍ଯ୍ୟକର୍ତ୍ତା ଙ୍କୁ ଦିଗପହଣ୍ଡି ଶ୍ରୀମା ହରପ୍ରିୟା ଆଶ୍ରମ ପକ୍ଷରୁ ସୋମବାର ସମ୍ବର୍ଦ୍ଧନା ଉତ୍ସବ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ବାଉରୀ ତଥା କଦାଳ ସମାଜର ମହୁରୀ ତାଲୁକା ସଭାପତି ସିମାଞ୍ଚଳ ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଅନୁସୂଚିତ ଜାତି ମହାସଂଘ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଗୋପୀନାଥ ମଠ ଶ୍ରୀ ମା ହରପ୍ରିୟା ଆଶ୍ରମର ମୁଖ୍ୟ ଯୋଗୀ ଦେବଦତ୍ତ ମହାରାଜ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରାଯାଇଥିଲା ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇ ବଉଳଝୋଳି ଏବଂ ନୁଆଁ ବଉଳଝୋଳି ଗ୍ରାମ ପରିକ୍ରମା କରାଯାଇଥିଲା l କାର୍ଯ୍ୟକ୍ରମ ରେ ବାଉରୀ କଦାଳ ସମାଜର ପ୍ରାୟ ୩0 ଖଣ୍ଡ ଗ୍ରାମର କୁଳ ସଭାପତି ଏବଂ କାର୍ଯ୍ୟକର୍ତା ମାନଙ୍କ ସମେତ ଶତାଧିକ ଲୋକଙ୍କ ସମାଗମରେ ଏହି ସଭା ପରିଚାଳିତ ହୋଇଥିବା ବେଳେ ଯୋଗୀ ଦେବତତ୍ତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅନୁଷ୍ଠିତ ମଞ୍ଚ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରି ନିଜ ଅଭିଭାଷଣ ପ୍ରଦାନ କରିଥିଲେl
ସାମ୍ପ୍ରତିକ ପରିସ୍ଥିତିରେ ଧର୍ମାନ୍ତକରଣ ଯାହା ମାନବ ସମାଜ ରେ ବଡ଼ି ଯାଉଛି ତାହାକୁ ରୋକିବା ସହ ସନାତନ ଧର୍ମ ପ୍ରଚାରପ୍ରସାର କରି ହିନ୍ଦୁ ଭାଇଚାରା ସୃଷ୍ଟି କରିବା ଏବଂ ଗୋରୁ ହତ୍ୟା ବନ୍ଦ କରି ଏକ ସୁସ୍ଥ ହିନ୍ଦୁ ରାଷ୍ଟ୍ର ଗୋଡି ତୋଳିବା କୁ ବୈଠକ ରେ ପରାମର୍ଶ ଦେଇଛନ୍ତି l ଏବଂ ଅନୁସୂଚିତ ବର୍ଗର ଲୋକ ନୁହନ୍ତି ସେମାନେ ହିନ୍ଦୁ ରାଷ୍ଟ୍ରର ସେବକ ଭାବେ ନିଜକୁ ସମର୍ପିତ କରିବା ଜରୁରୀ l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସଂମାନିତ ଅତିଥି ଭାବେ ଗୋପାଳ କୃଷ୍ଣ ମେକାପ, ଯୁବ ସମାଜ ସେବୀ ଅରୂପ କୁମାର ଚୌଧୁରୀ, ଥିବା ବେଳେ ପକ୍ଷୀର ଡାକୁଆ ଆୟୋଜିତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l