ସାନଖେମୁଣ୍ଡି,୨୫/୧୨(ସପନ ଦାସ):-ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଖଲିଙ୍ଗି ସ୍ଥିତ ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଚତୁର୍ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଶିଶୁମନ୍ଦିର ଉପାଧ୍ଯକ୍ଷ ଗଣେଶ ରାଉତଙ୍କ ସଭାପତିତ୍ୱ କରିଥିବାବେଳେ ପ୍ରଧାନଆଚାର୍ଯ୍ୟ ତପନ କୁମାର ରଥ ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏବଂ ସମ୍ପାଦକ ଟୁଟୁ ପାଢ଼ୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏଥିସହ ଡେକାନ କଲେଜ ଅଧ୍ୟକ୍ଷ ଡ. ସରୋଜ କୁମାର ଆଚାର୍ଯ୍ୟ, ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଅବସରପ୍ରାପ୍ତ ପରୀକ୍ଷା ନିୟନ୍ତ୍ରକ ଡ. ଅରୁଣ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ବାଲିପଡ଼ା କଲେଜ ଅଧ୍ୟକ୍ଷ ଡ. ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧୁକାରୀ ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଶିକ୍ଷା ଶିକ୍ଷାୟତନ ଓ ଶିକ୍ଷାର୍ଥୀଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଓ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
Home Uncategorized ବାସୁଦେବପୁର(ଖଲିଙ୍ଗି)ରେ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି ।