ଏକ ରୢାକେଟର ୬ ସଦସ୍ୟଙ୍କୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୁଲିସ।

37
ADVERTISEMENT

ଭୁବନେଶ୍ବର,୨୪/୧୨(ଡି.ଏଚ ବ୍ୟୁରୋ):-ଅନ୍ୟ ବ୍ୟକ୍ତିଙ୍କ ନାଁରେ କ୍ରେଡିଟ୍ କାର୍ଡ କରାଇ କୋଟି କୋଟି ଟଙ୍କାର ବେପାର କରୁଥିବା ଏକ ରୢାକେଟର ୬ ସଦସ୍ୟଙ୍କୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୁଲିସ। ସେମାନେ କ୍ରେଡିଟ୍ କାର୍ଡଗୁଡ଼ିକୁ ଘରୋଇ ହସ୍ପିଟାଲ ର ବିଲିଂ କାଉଣ୍ଟରରେ ରୋଗୀଙ୍କ ବିଲ୍ ପଇଠ ପାଇଁ ସ୍ବାଇପ୍ କରି ସେଥିରୁ ମିଳୁଥିବା ଟଙ୍କାକୁ ନେଇ ଅଲଗା ବେପାର କରୁଥିଲେ । ଏଥିସହ ସାଇବର ଥାନା ପୁଲିସସେମାନଙ୍କ ଠାରୁ ନଗଦ ୭ ଲକ୍ଷ ଟଙ୍କା ୪୫୦ଟି କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ, ୫୦ ଚେକ୍ ବୁକ୍, ୭୮ ଜମାଖାତା, ସହ ୬ଟି ସ୍ବାଇପ୍ ମେସିନ୍ ଜବତ କରିଛି।

Advertisement