କୁକୁଡାଖଣ୍ଡି,୨୪/୧୨(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ଚାଲିଥିବା ନୂଆ-ଓ କ୍ରୀଡା ଉତ୍ସବରେ ଘୋର ଅଵବ୍ୟସ୍ତା ଦେଖିବାକୁ ମିଳିଛି l ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ନୂଆ-ଓ କ୍ରୀଡା ଉତ୍ସବ ର ଶନିବାର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସରକାର ଙ୍କ ପକ୍ଷରୁ ଖେଳାଳି ମାନଙ୍କ ପାଇଁ ସମସ୍ତ ଆନୁସନିକ ପାଇଁ ଟଙ୍କା ମଞ୍ଜୁର ହୋଇଥିବା ବେଳେ କୁକୁଡାଖଣ୍ଡି ମିନି ଷ୍ଟାଡିଅମ ର ବ୍ୟବସ୍ଥା ସମ୍ପୂର୍ଣ ଅଲଗା ଦେଖିବା କୁ ମିଳିଥିଲା l ଯାହା କି ପ୍ରଶାସନ ପାଇଁ ଟେଣ୍ଟ ର ବ୍ୟବସ୍ଥା ଥିଲା ବେଳେ କ୍ରୀଡ଼ାବିତ ଓ ଦର୍ଶକ ମାନେ ବସିବା ପାଇଁ ଟେଣ୍ଟ ବ୍ୟବସ୍ଥା ନଥିଲା l ଅସହ୍ୟ ଖରାରେ ଆଉଟୁ ପାଉଟୁ କ୍ରୀଡ଼ାବିତ ଏବଂ ଦର୍ଶକ ମାନେ l ଅଭିଯୋଗ ପରେ ଦିନ ଦୁଇପହରେ ତରବରିଆ ଭାବରେ ଟେଣ୍ଟ ପକା ଚଳାଇଥିଲେ l କ୍ରୀଡ଼ାବିତ ମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ହୋଇନଥିବାରୁ ନିକଟରେ ଥିବା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପାଚେରୀ ପାଖକୁ ଯାଇ ପରିସ୍ରା କରିବାରୁ ଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ l ଯେହେତୁ ମହାବିଦ୍ୟାଳୟ ର ପାଚେରୀକୁ ଲାଗି ଖେଳ ଅନୁଷ୍ଠିତ ହୋଇଥିବାରୁ ଅତ୍ୟାଧିକ ସାଉଣ୍ଡ ହେତୁ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି l କ୍ରିକେଟ,ଖୋଖୋ ଏବଂ କବାଡି ଇତ୍ୟାଦି ଖେଳର ପୁରସ୍କାର ବିତରଣ କରିଥିଲେ ପରନ୍ତୁ ଭଲିବଲ ପୁରସ୍କାର ବିତରଣ କୁ ସ୍ଥଗିତ ରଖିଥିଲେ l ଦକ୍ଷିଣ ପୁର ଭଲିବଲ ଦଳ ପ୍ରଶାସନକୁ କୌଣସି ଅଭିଯୋଗ କରିବାରୁ ସ୍ଥଗିତ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି l ଏ ଅବସରରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଉପାଧ୍ୟାକ୍ଷା ବିଷ୍ଣୁ ପାତ୍ର, ବିଡ଼ିଓ ପଲବୀ ସ୍ୱାଇଁ, ବ୍ଲକ କର୍ମଚାରୀ ଏବଂ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ l କ୍ରୀଡା ଶିକ୍ଷକ ମାନେ ଖେଳ କୁ ସୁଚାରୁରୂପେ ଚଳାଉଥିଲେ l ସମାଜ ସେବି କେ ମଣିବାବୁ ଖେଳାଳି ମାନଙ୍କୁ ଉତ୍ସାହ କରିଥିଲେ l