ବ୍ରହ୍ମପୁର,୧୮/୧୨(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର କେ.ସି ହାଇସ୍କୁଲ ପଡିଆଠାରେ ଚତୁର୍ଦ୍ଧଶ ଗଂଜାମ ପୁସ୍ତକ ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ସାରସ୍ୱତୀ ଚେଦନା ତଥା ପାଠକମାନଙ୍କ ଅଭିବୃଦ୍ଧି ନିମନ୍ତେ ବିଞ ପ୍ରାଞ ବ୍ୟକ୍ତି ବିଷେଶଙ୍କୁ ସମ୍ମାନିତ କରି ଦୀର୍ଘ୧୪ବର୍ଷ ଧରି ବ୍ରହ୍ମପୁର ସହରରେ ପୁସ୍ତକ ମହୋତ୍ସବ ଆୟୋଜିତ ହୋଇଆସୁଅଛି । ଚଳିତ ବର୍ଷ ମଧ୍ୟ ପ୍ରତ୍ୟେକ ଦିବସରେ ଓଡିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ । କୁଇଜ୍ ପ୍ରତିଯୋଗିତା, ରାଜ୍ୟସ୍ତରୀୟ ବହୁଭାଷା ସମ୍ମିଳନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଓଡିଶାର ଚଉଷଠି ପ୍ରକାର ଲୋକକଳା, ଲେକନୁୃତ୍ୟ ପରିବେଷଣ କରାଯିବ । ଏତତବ୍ୟତୀତ ଓଡିଶାର ସାହିତ୍ୟ,କଳା ଓ ସଂସ୍କୃତିରେ ରୁଚି ରଖିଥିବା ପ୍ରତିଭାମାନ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ପୁସ୍ତକ ମହୋତ୍ସବରେ ଆନ୍ଧ୍ରପ୍ରଦେଶର ବିଚ୍ଛିନ୍ନା ଅଂଚଳରେ ଥିବା ସମସ୍ତ ପାଠାଗାର ଓ ସବୁ ସ୍କୁଲକୁ ଓଡିଆ ପାଠାଗାର ବହି ୭୦୦୦ ଟଙ୍କାର ଓଡିଆ ପୁସ୍ତକ ବଣ୍ଟନ କରାଯିବ । ଓଡିଶ ତଥା ଓଡିଶା ବାହାରରୁ ସୁପ୍ରତିଷ୍ଠିତ ଶତାଧିକ ପୁସ୍ତକ ପ୍ରକାଶକ ବିକ୍ରେତା ଓ ବିତରକ ଉକ୍ତ ମହୋତ୍ସବରେ ଯେଗାଦାନ କରିବା ପାଇଁ ସଂପୃକ୍ତ ପ୍ରଦାନ କରିଛନ୍ତି । ପୁସ୍ତକ ମହୋତ୍ସବରେ ପ୍ଲାଟଫର୍ମ ଷ୍ଟଲ କରାଯାଇ ଷ୍ଟଲ ଗୁଡିକୁ ଆକର୍ଷଣୀୟ କରାଯିବ । ଏହି ବୈଠକରେ ଉପଦେଷ୍ଟା ଇଂ ଜାମିନୀକାନ୍ତ ଦାସ, ଦେବୀ ପ୍ରସାଦ ସାହୁ, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ପୁସ୍ତକ ମହୋତ୍ସବ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା,ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶ୍ରୀମତୀ ସଂଘମିତ୍ରା ଦଳାଇ, ଉପାଧ୍ୟକ୍ଷ ଇ. ବିବେକ ରେଡ୍ଡି , ସଂପାଦକ ଭବାନୀ ଶଙ୍କର ପାଣିଗ୍ରାହୀ, ଉପ-ସଭାପତି ଡକ୍ଟର ବନମାଳୀ ପାଣିଗ୍ରାହୀ,ବିଚିତ୍ରା ନନ୍ଦ ବେବର୍ତ୍ତା,ବିଜୟ କୁମାର ପାଢୀ, ସହ-ସଂପାଦକ ଦେବୀ ପ୍ରସାଦ ମହାପାତ୍ର, ସୀମାଂଚଳ ବିଷୋୟୀ, ନିଳାଂଚଳ ବେହେରା, କୋଷାଧ୍ୟକ୍ଷ ଡକ୍ଟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଓ ସଦସ୍ୟ ଡକ୍ଟର ସଂଜୟ ପଣ୍ଡା, ରବିନାରାୟଣ ବେହେରା, ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସୁର୍ଯ୍ୟନାରାୟଣ ପାତ୍ର, କର୍ପୋରେଟର ଧିରେଶ ସାବଦ, ମଧୂସୁଦନ ସାହୁ, ଗାଗାରିନ୍ ନାୟକ, ସଙ୍କର୍ଷଣ ସାବତ, ମହମ୍ମଦ ଆସଲାମ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଯୋଗଦାନ କରିବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଜୟ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ହୋଇଥିଲା ।