କୁସୁମି ରିଂରୋଡ଼ ପରିଦର୍ଶନ ଶୀଘ୍ର କାର୍ଯ୍ୟ ସାରିବାକୁ ପୂର୍ତ୍ତ ବିଭାଗ ଓ ଠିକାସଂସ୍ଥାକୁ ନବୀନ ଓଡିଶାର ଅଧ୍ୟକ୍ଷ ୫ଟି ସଚିବ ଦେଲେ ନିର୍ଦେଶ l

42
ADVERTISEMENT

କୁକୁଡାଖଣ୍ଡି,୧୮/୧୨(ଡି.ଏଚ ବ୍ୟୁରୋ):-୨ ଦିନିଆ ଗଞ୍ଜାମ ଗ୍ରସ୍ତରେ ନବୀନ ଓଡିଶା ଅଧକ୍ଷଙ୍କ ଗ୍ରସ୍ତ ବେଳେ ରବିବାର ପୂର୍ବାହ୍ନ କୁକୁଡାଖଣ୍ଡି ବ୍ଲକ ବାଘଲଟି ପଂଚାୟତ ଅଧିନସ୍ତ କୁସୁମି ରିଂ ରୋଡର ସମୀକ୍ଷା କରି ଫେରିଛନ୍ତି ୫ଟି ସଚିବ ତଥା ନବୀନ ଓଡିଶା ଅଧକ୍ଷ ଭି. କେ ପାଣ୍ଡିଆନ l ବ୍ରହ୍ମପୁର ସହରରେ ଅତ୍ୟଧିକ ଟ୍ରାଫିକ ଜାମକୁ ନେଇ ସରକାର ୨ବର୍ଷ ଧରି ସହର ବାହାର ଦେଇ ଭାରିଯାନ ହଳଦିଆପଦର, ମଦନମୋହନପୁର, କୁସୁମୀ, ମହୁଡା, ଚାକୁଣ୍ଡାଝଳା, ସିରିଆପୁର, ଲଙ୍ଗଳଦେଇ,ଚନ୍ଦିନିଆପାହାଡ଼,ଗୁଠବନ୍ଧ,ଭାୟା ରତ୍ନପୁର ଦେଇ ବୋରିଗାଁ,ସାତକୁଟୁଣୀ, ସାନକୁସ୍ଥଳୀ,ପ୍ରଭୁତି ଦେଇ ଜଗନ୍ନାଥପୁର ଜାତୀୟ ରାଜପଥକୁ ଗାଡି ଚଳପ୍ରଚଳ ନିମନ୍ତେ ସଂଯୋଗ କରାଯାଇଛି ଏଥି ନିମନ୍ତେ ବହୁକୋଟି ବିନିମୟରେ ସରକାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ତାହା ମଦନମୋହନପୁର ଠାରୁ କୁସୁମି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ହୋଇ ବହୁଦିନ ଧରି ସ୍ଥଗିତ ରହିଛି ବା ମନ୍ଥରଗତିରେ ଚାଲୁଥିବା ଦେଖାଦେଇଛି l

ଏହି କାର୍ଯ୍ୟର ବିକାଶକୁ ଅନୁଧ୍ୟାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ନବୀନ ଓଡିଶା ଅଧକ୍ଷ ଶ୍ରୀ ଭି. କାର୍ତ୍ତିୟାନ ପାଣ୍ଡିଆନ ଉକ୍ତ କାର୍ଯ୍ୟର ସମୀକ୍ଷା କରି କାର୍ଯ୍ୟ ଶୀଘ୍ର ସାରିବାକୁ ସରକାରଙ୍କ ପୂର୍ତ୍ତ ବିଭାଗ ଏବଂ ଠିକା ସଂସ୍ଥା କୁ ନିର୍ଦେଶ ଦେଇଥିବା ଜଣାପଡିଛି l ଏହି ପରିପ୍ରେକ୍ଷୀରେ ଉକ୍ତ ସ୍ଥାନରେ ବହୁ ଲୋକ ନିଜ ନିଜ ଅଭିଯୋଗ ପତ୍ର ସହ ଅଞ୍ଚଳ ବିକାଶ ନିମନ୍ତେ ଦାବି ପତ୍ର ଶ୍ରୀ ପାଣ୍ଡିଆନ ଙ୍କୁ ପ୍ରଧାନ କରିଥିଲେ l ନବୀନ ଓଡିଶାର ଅଧକ୍ଷ ଭି. କେ ପାଣ୍ଡିଆନ ଅଞ୍ଚଳ ବାସିଙ୍କ ସମ୍ବର୍ଦ୍ଧନାକୁ ନେଇ ବେଶ ଖୁସି ବ୍ୟକ୍ତ ହୋଇଥିଲେ l ଉକ୍ତ ଅଞ୍ଚଳ ରେ ରିଂ ରୋଡ଼ ହେଲେ ଅଞ୍ଚଳ ବାସିଙ୍କ ଦୁଃଖ ଦୂର ହେବା ସହ ସାମଗ୍ରୀକ ଭାବେ ସମସ୍ତଙ୍କ ଆର୍ଥୀକ ବିକାଶ ହେବ ବୋଲି କହିଛନ୍ତି l ସେଠାରେ ଏକ ଶିଳ୍ପ ଗଡି ଉଠିବ ଏବଂ ସ୍ଥାନୀୟ ଲୋକଙ୍କ ଆର୍ଥୀକ ଅବସ୍ଥା ସୁଦୃଢ ହେବ ଏହା ସହ ଆଗାମୀ ଦିନ ରେ ଇଣ୍ଡୋଷ୍ଟ୍ରିଆଲ ପାର୍କ ନିର୍ମାଣ ହେବ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ସଚିବ l ଗ୍ରସ୍ତ ବେଳେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟାତି ପରିଡା, ଉପ ଜିଲ୍ଲାପାଳ ଆଶୁତୋଷ କୁଲକରନି,ବ୍ରହ୍ମପୁର ଏସପି ଶ୍ରାବଣ ବିବେକ ଏମ,ବ୍ରହ୍ମପୁର ପୂର୍ତ୍ତ ବିଭାଗ ୨ ଅଧିକ୍ଷଣ ଯନ୍ତ୍ରୀ ସତ୍ୟବାନ ପାଟିଲ,ଠିକା ସଂସ୍ଥା ର ବହୁ କର୍ମଚାରି ଏବଂ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର,ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚୌପଟ୍ଟନାୟକ, କାଜୁ ନିଗମ ଅଧକ୍ଷ ସୁବାଷ ମହାରଣା,ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବିଷ୍ଣୁପ୍ରିୟା ପାତ୍ର, ସରପଞ୍ଚ ସଭାପତି ବୈଶିଷ୍ଟ ଜେନା,ସ୍ଥାନୀୟ ସରପଞ୍ଚ ମାମି ବିଶ୍ୱାଳ, କାମିନୀ ନାୟକ, ସମେତ ବହୁ ସରପଞ୍ଚ, ଲାଠି ସମିତି ସଭ୍ୟ ଜଗନ୍ନାଥ ଭୂୟାଁ, ସମେତ ବହୁ ନେତା ଉପସ୍ଥିତ ଥିବା ବେଳେ ଅନେକ ଲୋକଙ୍କ ସାମଗମ ଦେଖାଦେଇଛି l

Advertisement