ଆଉ ୫ବର୍ଷ ଯାଏଁ ମାସକୁ ୫ କେଜି ଲେଖାଏଁ ପାଇବେ ମାଗଣା ଚାଉଳ ।

36
ADVERTISEMENT

ଭୁବନେଶ୍ୱର,୧୬/୧୨(ଡି.ଏଚ ବ୍ୟୁରୋ):-ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୦୨୪ ଜାନୁଆରୀ ୧ରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଥିବାବେଳେ ଏଥିରେ ୧୦ ଲକ୍ଷ ହିତାଧିକାରୀ ଆଉ ୫ ବର୍ଷ ଯାଏଁ ମାସକୁ ୫ କେଜି ଲେଖାଏଁ ମାଗଣା ଚାଉଳ ପାଇବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ବହନ କରିବେ।

Advertisement