କୁକୁଡାଖଣ୍ଡି,୧୫/୧୨(ଇ ରଞ୍ଜନ):-ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହା ବିଦ୍ୟାଳୟ ପରିସରରେ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ସାମାଜିକ ସେବା ଓ କାର୍ଯ୍ୟକଳାପ କାର୍ଯ୍ୟକ୍ରମ ସମେତ ସଂକୃତିକକାର୍ଯ୍ୟକ୍ରମ ଏବଂ ଖେଳ, ସାମାଜିକ ସଶକ୍ତି କରଣ ଉପରେ ସଚେତନତା ହୋଇଯାଇଛି l ଏଥିରେ ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସଂମାନିତ ଅତିଥି ଭାବେ ରାଜ୍ୟ କାଜୁ ନିଗମ ଅଧକ୍ଷ ସୁବାଷ ମହାରଣା ଯୋଗଦେଇ ପ୍ରଥମେ ମଞ୍ଚରେ ପ୍ରଦୀପ ଜ୍ୱଳନ କରିଥିଲେ ପରେ ଗୀତ ମାଧ୍ୟମରେ ଯୁବକ ମାନଙ୍କୁ ଆଜିର ସନ୍ଧ୍ୟା ରେ ଯୁବକ ମାନଙ୍କୁ ଆକୃଷ୍ଟ କରିଥିଲେ l
ସରକାରଙ୍କ ସମ୍ମନିତ ବିକାଶ ତଥା ଯୁବ ଓଡିଶା ନବୀନ ଓଡିଶା ଉପରେ ଯୁବକ ଯୁବତୀ ମାନଙ୍କୁ କିପରି ଆଗାମୀ ଦିନ ମାନଙ୍କରେ ମୁଖ୍ୟ ସୋତ୍ରରେ ପହଂଚିପାରିବେ ତାହା ଉପରେ ଆଲୋକପାତ କରିଥିଲେ ରାଜ୍ୟର ଯୁବକ ମାନଙ୍କ କ୍ଷେତ୍ରରେ ବିକାଶ ଦିଗରେ ପହଂଚିବାରେ ରାଜ୍ୟ ସରକାର ସଦାସର୍ବଦା ତତ୍ପରଥିବା ଅତିଥି ମାନେ ମତପ୍ରକାଶ କରିଥିଲେ l ଆଜିର ଏହି ସଂକୃତିକ ସନ୍ଧ୍ୟାରେ ମଞ୍ଚରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏହି ମଞ୍ଚ କାର୍ଯ୍ୟକ୍ରମରେ ମେଡିକାଲ କଲେଜର ଅଧକ୍ଷ ବିପିନ ବିହାରୀ ଖୁଣ୍ଟିଆ,କାର୍ଯ୍ୟକ୍ରମର କାର୍ଯ୍ୟକ୍ରମର ନୋଡାଲ୍ ଅଫିସର ଡା.ଘାସିରାମ ସାହୁ ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ତଥା ଆୟୁର୍ବେଦ ସମ୍ୱନ୍ଧରେ ଅତିଥି ମାନଙ୍କ ଦ୍ୱାରା ଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ଆୟୁର୍ବେଦ ଔଷଧ ଗଛ କଲେଜପରିସରରେ ବ୍ୟାପକ ବୃକ୍ଷ ରୋପଣ କରି ସ୍ଥାନ ଦେବା ନିମନ୍ତେ ଅବଗତ କରାଇଥିଲେ । ସ୍ଵାଗତ ସଭାରେ ଛାତ୍ରଛାତ୍ରୀମାନଙ୍କୁ ଅନେକ ଉପଦେଶ ମାଧ୍ୟମରେ ଜଣେ ଭଲ ଚିକିତ୍ସକ ହେବାପାଇଁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ତଥା ପ୍ରଫେସର ଡା.ଚିନ୍ବୟ ଭବାନୀ ପ୍ରସାଦ, ଡା.ପ୍ରଦିପ୍ତ ସିଂ, ଡା. ନିବେଦିତା ମହାପାତ୍ର, ଡା. ପ୍ରଭାକର ସାମଲ, ଡା.ସୌଭାଗ୍ୟ କୁମାର ମହାଲିକ, ଡା.ସୁବ୍ରତ କୁମାର ଓଝା, ଡା. ବିଶ୍ରିତା, ତା.ମୁକୁନ୍ଦ, ତା.ଅଶ୍ବିନୀ, ଡା.ରୋହିତ୍, ଡା. ରାଜେଶ୍, ଡା. ସ୍ଥିତପ୍ରଜ୍ଞା, ଡା.ସ୍ମୃତି, ଡା. ସତାବ୍ଦି, ଡା. ଶୁଭଲକ୍ଷ୍ମୀ, ଡ଼ା. ଜିତେନ୍ଦ୍ର, ଡା. ନିରୋଜ, ଡା. ବିଭୁ, ଡ଼ା. ନିଲମ୍ବର, ଡା. ବିନୋଦ ଆଦି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ l