ନୂଆଦିଲ୍ଲୀ,୧୫/୧୨(ଡି.ଏଚ ବ୍ୟୁରୋ):-ସଂସଦରେ ହୋଇଥିବା ଅଭାବନୀୟ କାଣ୍ଡକୁ ନେଇ ଉଭୟ ଗୃହରେ ହଟ୍ଟଗୋଳ ହୋଇଛି। ଏବଂ ୧୫ ଜଣ ସାଂସଦଙ୍କୁ ସସପେଣ୍ଡ କରାଯାଇଛି। ଲୋକସଭାରେ ୧୪ ଜଣ ଓ ରାଜ୍ୟସଭାରେ ଜଣେ ସାଂସଦଙ୍କ ବିରୋଧରେ ଚଳିତ ଅଧିବେଶନ ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ରାଜ୍ୟସଭାରେ ଟିଏମସି ସାଂସଦ ଡେରେକ୍ ଓବ୍ରାଏନ ନିଲମ୍ବିତ ହୋଇଥିବା ବେଳେ ଲୋକସଭାରେ କଂଗ୍ରେସର୯ ଜଣ ସାଂସଦ, ସିପିଏମ ର ୨ ଜଣ, ଡିଏମ୍କେର ୨ ଜଣ ଏବଂ ସିପିଆଇର ଜଣେ ସାଂସଦ ନିଲମ୍ବିତ ହୋଇଛନ୍ତି।