ଉତ୍ତରପ୍ରଦେଶ,୧୧/୧୨(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶ ବରେଲିର ନୈନିତାଲ ହାଇୱେରେ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା l ଏଥିରେ ଉଭୟ ଗାଡ଼ିରେ ନିଆଁ ଲାଗି ଯିବାଫଳରେ କାର୍ ରେ ଥିବା ସମସ୍ତ ୮ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏବଂ ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷର ଶିଶୁ ଥିବା ସୂଚନା । କାର ଟି ଏକ ବିବାହ ସମାରୋହରୁ ଫେରୁଥିବା ବେଳେ ନିୟନ୍ତ୍ରଣ ହରାଇ ଡିଭାଇଡର ଭାଙ୍ଗି ଏକ ଟ୍ରକ୍ ସହ ଧକ୍କା ହୋଇ ଜଳିଯାଇଥିଲା।