ଭୁବନେଶ୍ୱର,୧୧/୧୨(ଡି.ଏଚ ବ୍ୟୁରୋ):-ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ୍ ନେଇ ଆୟକର ବିଭାଗ ପକ୍ଷରୁ ୫ଦିନ ଧରି ଚଢ଼ଉ ଜାରି ରହିଥିବା ବେଳେ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ଓଡ଼ିଶା ବଲାଙ୍ଗୀରରୁ ୪୦୦ କୋଟି, ସମ୍ବଲପୁରରୁ ୩୭.୫୦କୋଟି ଓ ଟିଟଲାଗଡ଼ରୁ ୧୧କୋଟି ଟଙ୍କା ଜବତ କରାଯାଇଥିବା ବେଳେ ଝାଡ଼ଖଣ୍ଡରୁ ଆୟକର ବିଭାଗ ୬କୋଟି ନଗଦ ଟଙ୍କା ଜବତ କରିଛି। ।