ନୂଆଦିଲ୍ଲୀ,୧୧/୧୨(ଡି.ଏଚ ବ୍ୟୁରୋ):-ବିଜେପିର ବରିଷ୍ଠ ଆଦିବାସୀ ନେତା ବିଷ୍ଣୁଦେବ ସାଏ ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଦଳର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଜି ନବନିର୍ବାଚିତ ବିଧାୟକମାନେ ବିଷ୍ଣୁଦେବଙ୍କୁ ନେତା ନିର୍ବାଚିତ କରିଛନ୍ତି। ଫଳରେ ବିଷ୍ଣୁଦେବଙ୍କୁ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶପଥ ଗ୍ରହଣ ପାଇଁଆମନ୍ତ୍ରଣ କରିଛନ୍ତି । ସେହିଭଳି ଉପମୁଖ୍ୟମନ୍ତ୍ରୀ ଭାବେ ବିଜୟ ଶର୍ମା ଏବଂ ଅରୁଣ ସାଓ ଶପଥ ଗ୍ରହଣ କରିବେ।