ବୋରିଗୁମ୍ମା,୦୭/୧୨(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ କାମତା ଗାଁରେ ବାପାଙ୍କ ଶେଷକୃତ୍ୟ ପାଇଁ ଗଛ କାଟି କାଠ ଯୋଗାଡ଼ କରୁଥିବାବେଳେ ଗଛ ଡାଳ ମୁଣ୍ଡଉପରେ ଖସି ପଡ଼ି ପୁଅ ବେଣୁ ମଣ୍ଡଳଙ୍କ ମୃତ୍ୟୁ । ଫଳରେ ଗାଁ ଶ୍ମଶାନରେ ବାପପୁଅଙ୍କ ଏକାସଙ୍ଗେ ଶବଦାହ ହୋଇଛି। ଏବଂ ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଗ୍ରାମବାସୀଙ୍କୁ ହତବାକ କରିଦେଇଛି।