ବ୍ରହ୍ମପୁର,୦୪/୧୨(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଗୋପାଳପୁର ସହର ରେଉ ସାହିରେ ଏକ ଭଡ଼ାଘରୁ ଆଜି ସୋରଡ଼ା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସର ପ୍ରାକ୍ତନ ସଭାପତି ଜଗନ୍ନାଥ ନାୟକ (୩୪)ଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ସେ ବେଲଗୁଣ୍ଠା ବ୍ଲକ୍ ଓ ଗାଙ୍ଗପୁର ଥାନା ଅଧୀନ ଖଇରପୁଟି ଗ୍ରାମ ଭରତପୁର ସାହିର ବାସିନ୍ଦା ଥିବାବେଳେ ବେଲଗୁଣ୍ଠା ବ୍ଲକ୍ ‘ସମୟ’ ଖବରକାଗଜର ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ। ଏବଂ ଗତ କିଛିମାସ ହେଲା ଗୋପାଳପୁରର ମେଫେୟାର୍ ଛକ ନିକଟରେ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ।