ବାତ୍ୟା ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଆଦି ୫ ଟି ଜିଲ୍ଲା ରେ ୭୦ ରୁ ୨୦୦ ମିଲିମିଟର ଯାଏ ବର୍ଷା ହେବାର ସମ୍ଭାବନା।

42
ADVERTISEMENT

ଭୁବନେଶ୍ବର,o୩/୧୨(ଡି.ଏଚ ବ୍ୟୁରୋ):-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ମିଚାଉଁ । ଆଗାମୀ ୨୪ ଘଣ୍ଟା ଭିତରେ ବାତ୍ୟାର ରୂପ ନେଇ ଆସନ୍ତା ୫ ତାରିଖରେ ଦକ୍ଷିଣ ଆନ୍ଧ୍ର ଉପକୂଳର ନେଲୋର ଓ ମଛଲିପଟ୍ଟନମର ମଝିରେ ଲ୍ୟାଣ୍ଡଫଲ କରିବା l ଏହି ସମୟରେ ପବନର ବେଗ ଘଂଟା ପ୍ରତି ୮୦ରୁ ୯୦ କିମି ଓ ଝଟକା ପବନ ଘଣ୍ଟାପ୍ରତି ୧୦୦ କିଲୋମିଟିର ଛୁଇଁବl ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ କାଲିଠାରୁ ଓଡ଼ିଶାରେ ବଦଳିବ ପାଗ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଆଦି ୫ ଟି ଜିଲ୍ଲା ଗୁଡ଼ିକରେ ୭୦ ରୁ ୨୦୦ ମିଲିମିଟର ଯାଏ ବର୍ଷା ହେବାର ସମ୍ଭାବନା ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି l ସେହିଭଳି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଂଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ନେଇ ଏହି ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେପଟେ ୫ ଜିଲ୍ଲାର ଫିଲ୍ଡ ଅଫିସରଙ୍କ ଛୁଟି ବାତିଲ କଲେ ସରକାର l ଏବଂ ବର୍ଷାକୁ ଦେଖି ତରତର ଚାଷୀ । ବିଲରୁ ପାଣି ଛାଡ଼ିନି, ତଥାପି ଅଧା ପାଚିଲା ଧାନକୁ କାଟି ନେଉଛନ୍ତି ।

Advertisement