ନୂଆଦିଲ୍ଲୀ,o୩/୧୨(ଡି.ଏଚ ବ୍ୟୁରୋ):-୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ୪ଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନାର ଭୋଟ୍ ଗଣତି ହେବ ଓ ଫଳାଫଳ ଆସିବ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ରହିଛି। ଏବଂ ଆସନ୍ତାକାଲି ମିଜୋରାମର ଭୋଟ୍ ଗଣନା ହେବ l