ମୋରଡ଼ା,୦୧/୧୨(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକ୍ ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ। ସେ ଜଣେ ଚାଷୀଙ୍କ ପାଖରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l ଅଭିଯୋଗ ଅନୁଯାୟୀ, ଚାଷୀ ଜଣକ ନିଜ ଜମିରେ ଜଳସେଚନ ପାଇଁ ବିଜୁ କୃଷକ ବିକାଶ ଯୋଜନାରେ ଏକ ବୋରିଂ କରିବାକୁ ୮ ମାସ ତଳେ ଆବେଦନ କରିଥିଲେ। କିନ୍ତୁ ଏହାର ସର୍ଭେ ରିପୋର୍ଟ ଦେବାକୁ ସହକାରୀ ଯନ୍ତ୍ରୀ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।