ବ୍ରହ୍ମପୁର,୨୪/୧୧ (ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ସାପ କାମୁଡ଼ାରେ ମା କେ.ବାସନ୍ତୀ ପାତ୍ର ଓ ତାଙ୍କ ଦୁଇବର୍ଷର ଝିଅ ଦେବସ୍ମିତାଙ୍କ ମୃତ୍ୟୁ ଘଟିବା କୌଣସି ଅଘଟଣ ନଥିଲା, ବରଂ ଚରିତ୍ରକୁ ସନ୍ଦେହ କରି କେ.ବାସନ୍ତୀ ପାତ୍ରଙ୍କ ସ୍ୱାମୀ କେ.ଗଣେଶ ପାତ୍ର ନାଗସାପ ଛାଡ଼ି ଉଭୟ ଙ୍କୁ ହତ୍ୟା କରି ଥିଲା l ଫଳରେ କବିସୂର୍ଯ୍ୟନଗର ଥାନା ପୁଲିସ ମାରାଥନ୍ ତଦନ୍ତରୁ ଜାଣିବାକୁ ପାଇ ଅଭିଯୁକ୍ତ ଗଣେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।