ବ୍ରହ୍ମପୁର,୧୫/୧୧(ଡି.ଏଚ ବ୍ୟୁରୋ):-ଟ୍ରେଡ଼ ପ୍ରଫିଟ୍ ଫଣ୍ଡ ବା ୟୁ-ଟର୍ଣ୍ଣ ନାମରେ ୨୮ ଲକ୍ଷ ଟଙ୍କାର ଶିକାର ହେଲେ ବ୍ରହ୍ମପୁର ସହରର ଦୁଇ ଯୁବକ ସଚିନ ମହାପାତ୍ର ଏବଂ ସୂର୍ଯ୍ୟ ନାରାୟଣ ପାତ୍ର l ଏନେଇ ବୈଦ୍ୟନାଥପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶନଗର ର ବଦ୍ରିନାଥ ପଣ୍ଡା(୨୯), ରାଉତପେଟାର ଭବାନୀଶଙ୍କର ପଟ୍ଟନାୟକ(୨୯), ପୁରୁଷୋତ୍ତମପୁର ଥାନା ରଣଝାଲି ଗ୍ରାମର ରାମଚନ୍ଦ୍ର ପଣ୍ଡା (୪୫), ଆଙ୍ଗୁ ଗ୍ରାମର ନିବାସ ନାହାକ ଓ କବିସୂର୍ଯ୍ୟନଗର ବାଲିଆସରାର ଅକ୍ଷୟ କୁମାର ନାୟକ(୨୯)।