କେନ୍ଦୁଝର,o୮/୧୧(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥ ଶାଳପଡ଼ା ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟିଲା ଲୁହାପଥର ବୋଝେଇ ଟ୍ରକ। ଏଥିରେ ଟ୍ରକ ଚାଳକଙ୍କର ଟ୍ରକ ତଳେ ଚାପିହୋଇ ମୃତ୍ୟୁ ଘଟିଥିବାବେଳେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । କିନ୍ତୁ ଏହି ସମୟରେ ରାସ୍ତାରେ ଲୋକଙ୍କ ଯାତାୟାତ ନଥିବାରୁ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।