ଭଦ୍ରକ,୨୦/୧୦(ଡି.ଏଚ ବ୍ୟୁରୋ):-ଭଦ୍ରକ-ଆଗରପଡା ରାସ୍ତା ରାଇମଣି ଅରଞ୍ଜି ଛକ ନିକଟ ରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟି ପଡ଼ିବା ଫଳରେ ୨୫ ଜଣ ଯାତ୍ରୀ ଆହତ ହୋଇସ୍ଥାନୀୟ ମେଡିକାଲ ରେ ଭର୍ତି । ଏବଂ ଆହତଙ୍କ ମଧ୍ୟରେ ୮ ଜଣ ବରପଦାସ୍ଥିତ କେ.କେ.ଆର୍ ମହିଳା ମହାବିଦ୍ୟାଳୟର କଲେଜ ଛାତ୍ରୀ ଥିବାବେଳେ ଉକ୍ତ ବସଟି ଭଦ୍ରକରୁ ୨୫ ଜଣ ଯାତ୍ରୀଙ୍କୁ ନେଇ ଆଗରପଡା ଅଭିମୁଖେ ଯାଉଥିଲା ।