ବ୍ରହ୍ମପୁର,୨୦/୧୦(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅଧୀନ ରେଡ୍ଡୀଦାମୋଦରପଲ୍ଲୀ ପଞ୍ଚାୟତ କମାଶାସନ ଗ୍ରାମବାସୀ ପିଇବା ପାଣି ଯୋଗାଣ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ୫୯ ନମ୍ବର ଜାତୀୟ ରାଜପଥ ଉପରେ ହାଣ୍ଡି ଓ ମାଠିଆ ରଖି ଅବରୋଧ କରିଥିଲେ। ଫଳରେ ପରିସ୍ଥିତି ଅଶାନ୍ତ ହେବା ସହ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଥିଲା।