ବିହାର,୧୨/୧୦(ଡି.ଏଚ ବ୍ୟୁରୋ):-ବିହାରର ବକ୍ସର୍ ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଷ୍ଟେସନ୍ ନିକଟରେ ‘ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ ର କିଛି ବଗି ଲାଇନଚ୍ୟୁତ ହେବା ଫଳରେ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇ ଛନ୍ତି । ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ଏବଂ ଟ୍ରେନ ଟି ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍ରୁ ଆସାମର କାମାଖ୍ୟା ଜଙ୍କସନ ଅଭିମୁଖେ ଯାତ୍ରା କରୁଥିଲା ।