ନୂଆଦିଲ୍ଲୀ,୨୯/୯(ଡି.ଏଚ ବ୍ୟୁରୋ):-ମଣିପୁରରେ ପୁଣିଥରେ ହିଂସା ଓ ଆନ୍ଦାଳନ ତେଜିବାରେ ଲାଗିଛି। ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ବିଭିନ୍ନ ଛାତ୍ର ସଂଗଠନ ଏବଂ ଜନତା ଇମ୍ଫାଲ ପଶ୍ଚିମରେ ଡିସି ଅଫିସ ଭଙ୍ଗାରୁଜା କରିବା ସହ ୨ଟି ୪ ଚକିଆ ଗାଡ଼ି ଜାଳିପୋଡି ଦେଇଛନ୍ତି। ଏଥିସହ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତାରୋକ କରିଥିବାବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲୁହବୁହା ଗ୍ୟାସ ସେଲ୍ ପ୍ରୟୋଗ କରିଥିଲା।