ପାତ୍ରପୁର,୨୬/୯(ଋଷିକେଶ ବେହେରା):-ପାତ୍ରପୁର ବ୍ଲକ ବି.ନୂଆଗାଁ ପଞ୍ଚାୟତ ଅଫିସ ଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ରାଷ୍ଟୀୟ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସିଏଚଓ ତ୍ରିବେଣୀ କହିଥିଲେ ଗର୍ଵବତି ମହିଳା ମାନଙ୍କୁ ପୋଷଣ ଯୁକ୍ତ କିପରି ସୁଷମ ଖାଦ୍ୟର ଉପଯୁକ୍ତ ବ୍ୟବହାର ଉପକାରିତା ସମ୍ପର୍କରେ ବୁଝାଇ କହିଥିଲେ l ବିଶେଷ କରି ସବୁଜ ତଟକା ପନିପରିବା ଫଳ,ଶାଗ,ଡାଲି ଜାତୀୟ,ମାଣ୍ଡିଆ ଭଳି ଖାଦ୍ୟ ସମ୍ପର୍କରେ ଗୁରୁତ୍ୱ ସୁଷ୍ଟି କରିଥିଲେ l ଏହି ବୈଠକରେ ମହିଳା ମାନେ ଏକ ସୁଷମ ପୁଷ୍ଟିକର ଆହାର ନିଜ ହାତରେ ତିଆରି କରି 40 ଅଧିକ ମହିଳା ପୋଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l ଏବଂ ସେମାନଙ୍କ ମଧ୍ୟରୁ ପ୍ରଥମ ପୁରସ୍କାର ସୁନିତା ବେହେରା,ଦ୍ୱିତୀୟ ଡି.ନିକିତା ଏବଂ ତୃତୀୟ ପି.ନୀଳାବତୀ ମାଣ୍ଡିଆରେ ତିଆରି ପୋଡା ପିଠା ସମସ୍ତଙ୍କର ଦୃଷ୍ଟି ବା ଖାଦ୍ୟ ଆକ୍ରଶଣ କରିଥିଲେ l ଏହି ଅବସରରେ ଏମ.ମୋହନ ରାଓ, ଡ଼ଃ.ଅଜିତ ତ୍ରିପାଠୀ,ଡ଼ଃ,ବାସୁ ସାହୁ,ଏସ.ସାଇ କୁମାର,ସବିତା ଶବର,ଗ୍ରାମସେବକ କାଶୀନାଥ ତିଆଡ଼ି,ଗୀତା ବେହେରା,ଯୁବ ଗୋଷ୍ଟି ସମ୍ପାଦକ ଋଷିକେଶ ବେହେରା,ଅଙ୍ଗନା ବାଡି,ଆଶା କର୍ମୀ ଉପସ୍ଥିତ ଥିଲେ ସଭାଶେଷରେ ତ୍ରିବେଣୀ ଧନ୍ୟବାଦ ଅର୍ପଣ କରିଥିଲେ l