କୁକୁଡାଖଣ୍ଡି,୨୪/୯(ଇ ରଞ୍ଜନ):-ବ୍ରହ୍ମପୁର ପ୍ରାନ୍ତ ରେ ଥିବା ନିମଖଣ୍ଡି ଗ୍ରାମରେ ୫ ଦିନ ଧରି ବିନାୟକ ପାଠାଗାର ନିକଟରେ ପାଠାଗାର ଏବଂ ଉତ୍ସାହିତ ଯୁବକ ସଙ୍ଘ ତରଫରୁ ଗଜାନନ ବିଗ୍ନରାଜଙ୍କ ନିତି ଦୈବେଦ୍ୟ ପ୍ରସାଦ ଅର୍ପଣ ବିଧିବିଧାନ ଅନୁଯାଇ ଅନୁଷ୍ଠିତ ହୋଇଛି l ଏହି ଗଣେଷ ଚତୁର୍ଥୀ ପୂଜା ପାଠାଗାର ସ୍ଥାପନ ଠାରୁ ଆଜକୁ ୩0ବର୍ଷ ଧରି ନିୟମିତ ଗାଁ ରେ ଯାତ୍ରା ପରି ଚାଲିଥିବା ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ବିଗ୍ନରାଜ ଗଣେଷଙ୍କ ପୂଜାଅର୍ଚନା ମଙ୍ଗଳବାର ଗଣେଷ ପୂଜା ଠାରୁ ୫ ଦିନ ଧରି ବଡ଼ ଯାକଯମକ ରେ ଧୁମଧାମରେ ପାଳିତ ହୋଇଯାଇଛି l

ଏଥିରେ ଗ୍ରାମର ବହୁ ଯୁବକଙ୍କ ସମେତ ବିନାୟକ ପାଠାଗାର ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ସହଯୋଗ ରେ ବିନାୟକ ପାଠାଗାର ଠାରେ ପାଳନ ହୋଇଆସୁଥିବା ଗଣେଷ ପୂଜା ଆସନ୍ତା କାଲି ଉଜଯାପିତ ହେବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l ଆଜି ଗଣେଶଙ୍କ ନିକଟରେ ପ୍ରତିବର୍ଷ ଭଳି ୧ହଜାର ୮ ଦୀପ ଜ୍ୱଳନ ସହ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନୁଷ୍ଠାନର ସୁନୀଲ ପଟ୍ଟନାୟକ, ନରସିଂହ ସାହୁ, ରାମ ସାହୁ, ରାଜେଶ ପଟ୍ଟନାୟକ ସମେତ ଗ୍ରାମର ବହୁ ଯୁବକ ଙ୍କ ସହଯୋଗ କ୍ରମେ ଠାକୁରଙ୍କ ନିତ୍ୟ ପୂଜାଅର୍ଚନା କରାଯାଉଛି l