ବ୍ରହ୍ମପୁର,୧୪/୯(ଇ ରଞ୍ଜନ):-କୁକୁଡାଖଣ୍ଡି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗଞ୍ଜାମ ଗ୍ରସ୍ତ ସହିଦ ମାଟି ସଂଗ୍ରହ ନିମନ୍ତେ ଆସି ମାଟିକୁ ନେଇ ଦିଲ୍ଲୀ ଅଭିମୁଖେ ଆସି ଦିଲ୍ଲୀରେ ନିର୍ମାଣ ହେବାକୁ ଥିବା ସହିଦ ଅମ୍ବୃତ ବଗିଚା ନିମନ୍ତେ ରାଜ୍ୟ ସାରା ବିଭିନ୍ନ ଜିଲ୍ଲା ଓ ଗ୍ରାମ ପରିକ୍ରମା କରି ସହିଦରେ ପ୍ରାଣ ହରାଇଥିବା ଯବାନଙ୍କ ଗ୍ରାମରେ ଯାଇ ମାଟି ସଂଗ୍ରହ କରିଛନ୍ତି l ଆଜି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଜଗଦଳପୁର ସହିଦ ଶ୍ରୀନିବାସ ପାତ୍ରଙ୍କ ଗ୍ରାମ ଗ୍ରସ୍ତ କରି ମାଟି ସଂଗ୍ରହ କରିଥିଲେ l ସେ ୩ ରୁ ଉର୍ଦ୍ଧ ଘଣ୍ଟା ବିଳମ୍ବରେ ଆସିଥିଲେ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l

ଇତି ମଧ୍ୟରେ ସହିଦ ଶ୍ରୀନିବାସ ପାତ୍ରଙ୍କ ଘରକୁ ଗ୍ରସ୍ତ କରିଥିବା ବେଳେ ସଭାପତିଙ୍କ ନିକଟରେ ବିଜେପିର ୨ ଗୋଷ୍ଠୀ ମହନ୍ତ ଓ ଉତ୍ତମଙ୍କ ୨ ଗୋଷ୍ଠୀ ମଧ୍ୟରେ ଶ୍ରୀନିବାସ ପାତ୍ରଙ୍କ ଘର ସମୁଖରେ ହୋ ଆଲ୍ଲା ହୋଇ ଆକ୍ରମଣାତ୍ମକ ପରିସ୍ଥିତି ଉପୁଜି ଥିବା ଭିଡିଓ ଭାଇରଲରୁ ଦେଖା ଦେଇଛି ଏହି ଗ୍ରସ୍ତ ବେଳେ ଜିଲ୍ଲା ସଭାପତି ବିଭୁତି ଜେନା,ବିରଞ୍ଚି ତ୍ରିପାଠୀ, ସାରଦା ଶତପଥୀ,ଡ଼ଃ ସୁବାଷ ଚନ୍ଦ୍ର ସାହୁ,ପ୍ରଭାତ ଷଡ଼ଙ୍ଗୀ, ରାଜେଶ ସାହୁ,ଚିନ୍ମୟାନନ୍ଦ ଦାସ,ଗଙ୍ଗାଧର ଶତପଥୀ,ଏଲ. ମୋହନ ଦାସ, ଏ ତପସ୍ୱିନୀ ପାତ୍ର, ସୁଦାମ ପାତ୍ର, ଉତ୍ତମ ପାଣିଗ୍ରାହୀ,ରବୀନ୍ଦ୍ର କୁମାର ସାହୁ, କେ. ଲକ୍ଷ୍ମୀ ନାରାୟଣଙ୍କ ଭଳି ବହୁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ l